fbpx
BJD SKY
BJD SKY

ପରୀ ମୃତ୍ୟୁ ମାମଲା: SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ନୟାଗଡ ଜିଲ୍ଲାର ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ଘୋଷଣା କରିଛନ୍ତି । ଏହା ସହ ବିରୋଧୀ ସଦସ୍ୟଙ୍କୁ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ‘ନିରପେକ୍ଷ ତଦନ୍ତ ଉପରେ ମୋ ସରକାର ବିଶ୍ୱାସ କରେ । ଗୃହରେ ବିରୋଧୀମାନେ ଏଥିରେ ସହଯୋଗ କରନ୍ତୁ ।’ ତେବେ ଏସଆଇଟି ତଦନ୍ତ ପାଇଁ ବିରୋଧୀ ସଦସ୍ୟ ଦାବି କରିଥିଲେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଗୃହରେ ହଟ୍ଟଗୋଳ ଜାରି ରହିଥିଲା । ଫଳରେ ଦିନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.