ସିକ୍କିମ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ, ଓଡ଼ିଶାରୁ ଯିବ ଏକ ସ୍ବତନ୍ତ୍ର ଟିମ୍

ସିକ୍କିମରେ ଯାତ୍ରୀ ମାନଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥାରେ ସୁପରିଚାଳନା ପାଇଁ ଓଡ଼ିଶାରୁ ଯିବ ଏକ ସ୍ବତନ୍ତ୍ର ଟିମ୍ ।

ଭୁବନେଶ୍ବର: ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ନିଖୋଜ ରହିଛନ୍ତି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ବସରେ ଥିବେ ଓଡ଼ିଆ ଯାତ୍ରୀ-  ଏହି ବସରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକିମ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀ ମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହିତ ଓଡ଼ିଶାରୁ ଅଧିକାରୀ ମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କିପରି ହେଲା ଦୁର୍ଘଟଣା- ଗୁରୁବାର ରାତିରେ ସିକିମର ଏକ ପାହାଡ଼ି ରାସ୍ତାରୁ ଏକ ପର୍ଯ୍ୟଟକ ଗାଡ଼ି 1000 ଫୁଟ ତଳକୁ ଖସିପଡ଼ିବାରୁ ୯ ଜଣ ନିଖୋଜ ଅଛନ୍ତି। ସନ୍ଧ୍ୟା ୭ଟାରୁ ରାତି ୮ଟା ମଧ୍ୟରେ ଉତ୍ତର ସିକିମର ଚୁଙ୍ଗଥାଙ୍ଗ ଏବଂ ମୁନସିଥାଙ୍ଗ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ୧୦ ଜଣ ପର୍ଯ୍ୟଟକ ଏବଂ ଡ୍ରାଇଭରଙ୍କୁ ନେଇ ଏକ ଗାଡ଼ି ଗୁରୁଡୋଙ୍ଗମାରରୁ ଗ୍ୟାଙ୍ଗଟକ୍ ଫେରୁଥିବା ବେଳେ ରାସ୍ତାରୁ ଏକ ଗଭୀର ଘାଟିରେ ଖସି ପଡ଼ିଥିଲା। ୧୧ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଉଦ୍ଧାର କରାଯାଇଛି।

ଯଦିଓ ପର୍ଯ୍ୟଟକଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, ଯାତ୍ରୀମାନେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବୋଲି ଅନୁମାନ କରାଯାଉଛି । ଉଦ୍ଧାର ହୋଇଥିବା 2 ଜଣ ପର୍ଯ୍ୟଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।