fbpx

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ 

ଭୁବନେଶ୍ୱର: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳ ର ସ୍ବର୍ଗତ ମଲ୍ଲିକ ଦେଶ ର ସ୍ଵାଧୀନତା ସଂଗ୍ରାମ ରେ  ଯୋଗ  ଦେଇ  ବହୁ ବାର  କାରାବରଣ କରିଥିଲେ। ମହାତ୍ମା ଗାନ୍ଧୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ସ୍ବର୍ଗତ ମଲ୍ଲିକ  ନିଜକୁ  ସର୍ବଦା  ରଚନାତ୍ମକ  କାର୍ଯ୍ୟରେ   ନିୟୋଜିତ  ରଖିଥିଲେ .କେନ୍ଦ୍ରାପଡା ଜିଲ୍ଲା ର ଜଣେ ବିଶିଷ୍ଟ ସମାଜ ସେବୀ ଭାବେ ମଧ୍ୟ  ତାଙ୍କର  ବିଶେଷ ସୁନାମ ରହିଥିଲା। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମଲ୍ଲିକ ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ତା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Get real time updates directly on you device, subscribe now.