fbpx
BSKY
BJD SHG SKY
BJD YOUTH SKY

ଭାରତୀୟ ହକି ଦଳର ବିଜୟ ପରେ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ଭାସ୍କର : ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ କରି ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଟିମ ଇଣ୍ଡିଆ । ଜାପାନ ବିପକ୍ଷ ଫାଇନାଲ ମ୍ୟାଚରେ ଏକତରଫା ବିଜୟ ହାସଲ କରିଛି ଭାରତୀୟ ହକି ଟିମ୍ । ଏହାସହିତ ଭାରତୀୟ ହକି ଟିମ୍ ପ୍ୟାରିସର ଅଲିମ୍ପିକ ପାଇଁ ମଧ୍ୟ ଟିକେଟ ହାସଲ କରିଛି । ଭାରତ ୧୬ତମ ମେଡାଲ ବିଜୟୀ ହୋଇ ପୁରୁଷ ହକିରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ତେବେ ଏହାକୁ ନେଇ ଭାରତୀୟ ହକି ଟିମଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳିଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ହକି ଦଳ ଏପରି ବିଜୟ ଧାରା ବଜାୟ ରଖି ଦେଶର ଗୌରବ ବଢାଇ ଚାଲନ୍ତୁ ବୋଲି କହିବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ଅନ୍ୟପଟେ ଭାରତୀୟ ହକି ଦଳର ଖେଳାଳି ଓ ସହାୟକ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ଘୋଷଣା କରିଛନ୍ତି। ପଦକ ସମାରୋହ ପରେ ମୁଖ୍ୟମନ୍ତ୍ରୀ ଭିଡିଓ କଲ୍ ମାଧ୍ୟମରେ ଭାରତୀୟ ଦଳ ସହ କଥା ହୋଇଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେତା ଭାରତୀୟ ପୁରୁଷ ହକି ଦଳକୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ସେମାନଙ୍କର ଅଦମ୍ୟ ନିଷ୍ଠା ଏବଂ ପରିଶ୍ରମ ପୁଣି ଥରେ ପ୍ରମାଣିତ କରିଛି ଯେ ହକି ପ୍ରକୃତରେ ଭାରତର ଖେଳ, ଯାହା ଆମ ଦେଶର ଅଦମ୍ୟ ଆତ୍ମାକୁ ପ୍ରତିପାଦିତ କରେ। ଓଡିଶା ଯେଉଁଠାରେ ହକି ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ, ଏହି ଐତିହାସିକ ଦିନଟି ଆମ ପ୍ରିୟ ଖେଳ ଏବଂ ଆମ ଦେଶ ପାଇଁ ଏକ ସ୍ମରଣୀୟ ବିଜୟ ଭାବରେ ଆମ ସ୍ମୃତିରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଆସନ୍ତା ବର୍ଷ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବାରୁ ମୁଁ ଭାରତୀୟ ଦଳକୁ ଶୁଭକାମନା ଜଣାଉଛି।

Get real time updates directly on you device, subscribe now.