fbpx

ଏସୀୟ କ୍ରୀଡ଼ା: ବ୍ୟାଡମିଣ୍ଟନରେ ଭାରତକୁ ବଡ଼ ସଫଳତା, ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲେ ସାତ୍ବିକ-ଚିରାଗ

ଓଡ଼ିଶା ଭାସ୍କର: ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ସଫଳତା । ବ୍ୟାଡମିଣ୍ଟନରେ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ଶନିବାର ଫାଇନାଲରେ ବିଶ୍ୱର ୩ ନମ୍ବର ଭାରତୀୟ ଯୋଡ଼ି କୋରିଆର ଚୋଇ ସୋଇ ଗିୟୁ ଓ କିମ୍ ଓ୍ଵାନ୍ ହୋଙ୍କୁ ଭେଟିବେ। ପୁରୁଷ ଡବଲ୍ସ ସେମିଫାଇନାଲରେ ମାଲେସିଆର ଆରୋନ ଚିଆ ଓ ସୋହ ଉଇଙ୍କୁ ୨୧-୧୭, ୨୧-୧୨ରେ ପରାସ୍ତ କରି ଭାରତର ସାତ୍ୱିକ ଓ ଚିରାଗ ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ସ୍ୱର୍ଣ୍ଣ ପାଇଁ ଲଢ଼ିବେ ସାତ୍ୱିକ ଏବଂ ଚିରାଗ ।

Get real time updates directly on you device, subscribe now.