fbpx
BSKY
BJD SHG SKY
BJD YOUTH SKY

ପାଖରେ ୨୦୦୦ ଟଙ୍କିଆ ନୋଟ ଥିଲେ ଧ୍ୟାନ ଦିଅନ୍ତୁ; ଏହାକୁ ବଦଳାଇବାକୁ ପାଇଁ କାଲି ହେଉଛି ଶେଷ ତାରିଖ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୭ ହେଉଛି ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖ । କାଲି ପରଠାରୁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ପ୍ରତିବନ୍ଧକ ଲାଗିବ। ଏଣୁ ଆପଣଙ୍କ ପାଖରେ ଯଦି ୨୦୦୦ ଟଙ୍କିଆ ନୋଟ ରହିଛି ତେବେ ଏହା ଉପରେ ଧ୍ୟାନ ଦେବା ସହ ତୁରନ୍ତ କାଲି ବ୍ୟାଙ୍କ ଯାଇ ତାହାକୁ ବଦଳାଇ ନିଅ’ନ୍ତୁ । ୨୦୦୦ ଟଙ୍କିଆ ନୋଟ ନିକଟସ୍ଥ ବ୍ୟାଙ୍କରେ ଜମା କରିବା କିମ୍ବା ପରିବର୍ତ୍ତନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ନିର୍ଦ୍ଦେଶ ଜାରି ହୋଇଥିଲା । ତେବେ ଏହି ନିର୍ଦ୍ଦେଶ ଅନୁସାରେ, ଆସନ୍ତା କାଲି ଏହି ଅବଧି ଶେଷ ହେଉଛି ।

ସୂଚନା ଥାଉକି, ପୂର୍ବରୁ ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ସେପ୍ଟେମ୍ବର ୩୦ ତାରିଖ ଅବଧି ଶେଷ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ହେଲେ ମାର୍କେଟରେ ଆହୁରି ୨୦୦୦ ଟଙ୍କିଆ ନୋଟ ଉପଲବ୍ଧ ଥିବା ଅନୁମାନ କରାଯାଇ ଏହାର ଅବଧିକୁ ବଢ଼ାଇ ଦିଆଯାଇଥିଲା । ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ଅବଧି ତାରିଖ ଅକ୍ଟୋବର ୭ ପର୍ଯ୍ୟନ୍ତ ରଖାଯାଇଛି । ଏଣୁ ଏହି ନିର୍ଦ୍ଦେଶ ଅନୁଯାୟୀ ଆସନ୍ତାକାଲି ହେଉଛି ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ଅବଧି ତାରିଖ ।

Get real time updates directly on you device, subscribe now.