fbpx
BSKY SKY
BSKY SKY

ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

BSKY

ଭୁବନେଶ୍ୱର : ରେଳମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ମଧ୍ୟ ତାଙ୍କ ସହ ଅଛନ୍ତି । ଉଭୟ ମନ୍ତ୍ରୀ ଘଟଣାସ୍ଥଳରେ ଆଲୋଚନା କରିଛନ୍ତି । ପୋଲିସ ଅଧିିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଏହା ସହ ଉଦ୍ଧାରକାରୀ ଦଳ ସହ ମଧ୍ୟ ଆଲୋଚନା କରୁଛନ୍ତି । ଜିଲ୍ଲା ପ୍ରଶାସନ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ଏହା ଆହତଙ୍କଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ମେଡିକାଲ ଓ ହସ୍ପିଟାଲରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିବେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଗତକାଲି ମଧ୍ୟ ଏସଆରସି କଣ୍ଟ୍ରୋଲ ରୁମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ । ରେଳ ବିଭାଗ ପକ୍ଷରୁ ମଧ୍ୟ ପ୍ରଚେଷ୍ଟା ଜାରି ରହିଛି । ଯଥାଶୀଘ୍ର ଟ୍ରେନ୍ ଲାଇନ୍ ସଫା କରାଯାଇ ଆଗାମୀ ଟ୍ରେନ୍ ଚଳାଚଳପ ପାଇଁ କର୍ଯ୍ୟ ଆରମ୍ଭ ହେବ ।

Get real time updates directly on you device, subscribe now.