fbpx
BSKY SKY
BSKY SKY

ଦୁର୍ଘଟଣାକୁ ରୋକି ପାରୁନି ସୁରକ୍ଷା ‘କବଚ’? ରେଳ ବିଭାଗର ନୂଆ ଟେକ୍ନୋଲୋଜିକୁ ନେଇ ଉଠିଲା ପ୍ରଶ୍ନ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଲୋମହର୍ଷଣକାରୀ ଟ୍ରେନ ଦୁର୍ଘଟଣା କେବଳ ଭାରତ ନୁହେଁ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଗୋଟିଏ ଦୁର୍ଘଟଣାରେ ୨୩୭ ଜଣଙ୍କର ମୃତ୍ୟୁ ଘଟିବା ସହ ୯୦୦ ଯାତ୍ରୀ ଆହତ ହେବା ଏକ ଛୋଟିଆ କଥା ନୁହେଁ । ତେବେ ଏହା ମଧ୍ୟରେ ସମସ୍ତ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

ଟେକ୍ନିକାଲ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ତଦନ୍ତ ପରେ ଆଗକୁ ସବୁକିଛି ସ୍ପଷ୍ଟ ହୋଇଯିବ । ତେବେ ଏହା ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ବଡ଼ ପ୍ରଶ୍ନ ଉଙ୍କି ମାରୁଛି । ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନୂଆ ଟେକନିକର ବିକାଶ ଉପରେ କାର୍ଯ୍ୟ କରାଯାଇଥିଲା । ମାତ୍ର ଏବେ ଦୁର୍ଘଟଣା ଘଟିବା ପରେ ରେଳ ସୁରକ୍ଷା କବଚକୁ ନେଇ ପ୍ରଶ୍ନ ଉଠିଛି । ଦୁର୍ଘଟଣାକୁ ରୋକିବା ଓ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ଏହି ସୁରକ୍ଷା କବଚ ଅକ୍ଷମ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି ।

୨୦୧୬-୧୭ ପରେ ଏପରି ଏକ ବଡ଼ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତ ୭ ବର୍ଷ ଧରି ଟ୍ରେନ ଦୁର୍ଘଟଣା ଉପରେ ବିରାମ ଲାଗିଥିଲା । ମାତ୍ର ଅଚାନକ ଏକ ବଡ଼ଧରଣର ଦୁର୍ଘଟଣା ପରେ ସୁରକ୍ଷା କବଚକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ରେଳମନ୍ତ୍ରୀ ରାଜ୍ୟସଭାରେ କହିଥିଲେ, ଭାରତୀୟ ରେଳବାଇର ଦୁର୍ଘଟଣା ପ୍ରତିରୋଧୀ ପ୍ରଣାଳୀ ‘କବଚ’କୁ ପର୍ଯ୍ୟାୟକ୍ରମେ ସାରା ଦେଶରେ ଲାଗୁ କରାଯାଉଛି । ରିସର୍ଚ୍ଚ ଡିଜାଇନ୍ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ (ଆରଡିଏସଓ)ର ପ୍ଲାନ ଅନୁସାରେ ଦକ୍ଷିଣ-ମଧ୍ୟ ରେଲୱେର ୧୪୫୫ କିମି କଭର କରାଯାଇଥିଲା । ସାରା ଦେଶରେ ଏହି ସଂଗଠନର କାର୍ଯ୍ୟ ଆଗେଇ ଚାଲିଛି ।

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଲୱେ ବୋର୍ଡ ୩୪ ହଜାର କିମି ରେଳପଥରେ କବଚ ଟେକ୍ନୋଲୋଜିକୁ ମଞ୍ଜୁରୀ ଦେଇଥିଲା । ୨୦୨୪ ସୁଦ୍ଧା ସାରା ଦେଶର ସମସ୍ତ ବ୍ୟସ୍ତବହୁଳ ଟ୍ରେନ ଲାଇନରେ ଏହି ଟେକ୍ନୋଲୋଜିକୁ ସ୍ଥାପିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କବଚର ଉପଯୋଗ କରିବା ଫଳରେ ଦୁଇଟି ଟ୍ରେନ ମୁହାଁମୁହିଁ ବା ଆଗ-ପଛ ପାଖରୁ ଧକ୍କା ହେବେ ନାହିଁ । ଏପରି ସ୍ଥିତିରେ ଏହି କବଚ ଟ୍ରେନକୁ ଅଟୋମେଟିକ୍ ପଛକୁ ଟାଣି ନେଇଥାଏ । କବଚ ଟେକ୍ନୋଲୋଜିକୁ ସ୍ଥାପିତ କରିବା ପାଇଁ ୨୦୨୧-୨୨ ପାଇଁ ୧୩୩ କୋଟି ଓ ୨୦୨୨-୨୩ ପାଇଁ ୨୭୨.୩୦ କୋଟି ଅଲଗା ବଜେଟ୍ ରଖାଯାଇଥିଲା ।

ରେଳ ମନ୍ତ୍ରଣାଳୟ ମୁତାବକ, ଟ୍ରେନ ସୁରକ୍ଷା ଓ ଚେତାବନୀ ପ୍ରଣାଳୀ (ଟିପିଡବ୍ଲ୍ୟୁଏସ) ଦୁର୍ଘଟଣାକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସିଷ୍ଟମ ଅଟେ । ସେଥିରେ ପ୍ରତ୍ୟେକ ସିଗନାଲ ରେଲୱେ ଇଞ୍ଜିର କ୍ୟାବରେ ସ୍କ୍ରିନ ଲାଗିଥାଏ । ଟ୍ରେନ ଯେତେ ବେଗରେ ଆଗକୁ ବଢ଼ିବ, ତାହାକୁ ପାଇଲଟ ନିଜର ସ୍କ୍ରିନରେ ଦେଖି ପାରିବେ । ଘନ କୁହୁଡ଼ି, ବର୍ଷା ବା ଅନ୍ୟ ଖରାପ ପାଣିପାଗ କାରଣରୁ ତାହା ଟ୍ରେନର ଗତିକୁ ଧୀମା କରିଦେଇଥାଏ ।

Get real time updates directly on you device, subscribe now.