fbpx

Breaking News; ନବୀନ ନିବାସରେ କୋରେଇ-ବାଲିକୁଦା ବିଧାୟକ: ଅଶୋକ-ରଘୁନନ୍ଦନଙ୍କ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଯାଜପୁର କୋରେଇ ବିଧାୟକ ଅଶୋକ ଚନ୍ଦ୍ର ବଳ । ତାଙ୍କ ସହିତ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି । ଉଭୟ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ତୀ ଘୋଷଣା କରି ନଥିବା ବେଳେ ଅଶୋକ-ରଘୁନନ୍ଦନଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ବିଜେଡି ନିଜର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଏହି ଘୋଷଣା ପୂର୍ବରୁ ଉଭୟ ବିଧାନସଭାର ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଅନୁମାନ କରାଯାଉଛି, ଏଥର ଏହି ଦୁଇ ଆସନ ଉପରେ ବିଜେଡି କିଛି ବଡ଼ ଚାଲ୍ ଖେଳିପାରେ । ଉଭୟ ନେତାଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ଟିକେଟ ହରାଇବାକୁ ପଡ଼ିପାରେ ବୋଲି ଏବେ ଆଶଙ୍କା ବୃଦ୍ଧି ପାଇଛି । କୋରେଇ ଏବଂ ବାଲିକୁଦାରେ ଏଥର ବିଜେଡି ନୂଆ ପ୍ରାର୍ଥୀ ଦେଇପାରେ ବୋଲି ଆଲୋଚନା ହେଉଛି । ଏହାପୂର୍ବରୁ ଅମର ଶତପଥୀ ଓ ଶଶି ବେହେରାଙ୍କ ଟିକେଟ କଟିବା ପୂର୍ବରୁ ସେମାନେ ମଧ୍ୟ ନବୀନ ନିବାସ ଆସିଥିଲେ । ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅମର ଏବଂ ଶଶୀଙ୍କ ନାଁ ସାମିଲ ହୋଇ ନଥିଲା । ବାଲିକୁଦା-ଏରସମା ଓ କୋରେଇରୁ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦେଇପାରେ ବିଜେଡି ।

Get real time updates directly on you device, subscribe now.