fbpx

ନିର୍ବାଚନୀ ପ୍ରଚାର ସମୟରେ ଅସୁସ୍ଥ ହେଲେ ଅରୂପ ପଟ୍ଟନାୟକ

ପିପିଲି: ପିପିଲିରେ ନିର୍ବାଚନୀ ପ୍ରଚାର କରୁ୍ଥିବା ସମୟରେ ହଠାତ ଅସୁସ୍ଥ ହେଲେ ପୁରୀ ବିଜେଡ଼ି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ଏହା ପରେ ପ୍ରଥମେ ପିପିଲି ହସ୍ପିଟାଲକୁ ଅଣାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସୂଚନାରୁ ପ୍ରକାଶ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସହ ପ୍ରଚାର କରୁଥିଲେ ଅରୂପ । ରୁଦ୍ରଙ୍କ ନେତୃତ୍ୱରେ ସୋମବାର ବିଜେଡିର ଏକ ବିଶାଳ ଶୋଭାଯାତ୍ରା ଉତ୍ତର ବଜାର ଠାରୁ ବାହାରି ପିପିଲି ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରୁଥିବା ବେଳେ ହଠାତ ଅରୂପ ଅସୁସ୍ଥ ହୋଇପଡ଼ିଥିଲେ । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ଲହରୀ ଭିତରେ ଖରାକୁ ଖାତିର ନକରି ପ୍ରଚାର କାର୍ଯ୍ୟରେ ମାତିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା, ମନ୍ତ୍ରୀ ଓ କର୍ମୀମାନେ । ତେବେ ଅଂଶୁଘାତର ପ୍ରଭାବରେ ଏପରି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

 

Get real time updates directly on you device, subscribe now.