fbpx

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ନିର୍ବାଚନୀ ପ୍ରଚାରରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିବେ

ଭୁବନେଶ୍ୱର: ନିର୍ବାଚନକୁ ନେଇ ଓଡ଼ିଶାରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଗୋଟିଏ ପଟେ ଟିକେଟକୁ ନେଇ ଟଣାଓଟରା ଚାଲିଥିବା ବେଳେ ଅନ୍ୟପଟେ ପ୍ରଚାରକୁ ନେଇ ଦଳୀୟ କର୍ମକର୍ତ୍ତା, ନେତା ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏଥିମଧ୍ୟରେ କଂଗ୍ରେସର ଯୁବ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ । ମେ ୩ରେ ରାୟଗଡ଼ାରେ ନିର୍ବାଚନ ପ୍ରଚାର କରିବେ ରାହୁଲ ଗାନ୍ଧୀ । ସେଠାରେ ସେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏନେଇ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାୟଗଡ଼ାରେ କଂଗ୍ରେସ ପକ୍ଷରୁ ବ୍ୟପକ ପ୍ରସ୍ତୁତି ଜାରି ରହିଛି ।

Get real time updates directly on you device, subscribe now.