fbpx

ଅଫିସରେ ମିଳୁଛି ଅତ୍ୟଧିକ Work Pressure? ଏହି ଉପାୟରେ ଟେନସନରୁ ମିଳିପାରିବ ମୁକ୍ତି

ଆଜିର ବ୍ୟସ୍ତବହୁଳ ଜୀବନରେ ଅଫିସ୍ କାମ କରୁଥିବା ବ୍ୟକ୍ତିବିଶେଷ ମାନେ ଚାପରେ ରହିବା ସାଧାରଣ କଥା । ଅଫିସରେ କାର୍ୟ୍ୟଭାର ବୃଦ୍ଧି, ସମୟର ଅଭାବ, ଅଫିସ୍ ରାଜନୀତି, ଏହି ସବୁ ଜିନିଷ ଆମକୁ ମାନସିକ ସ୍ତରରେ କ୍ଲାନ୍ତ କରିଦେଉଛି । ତେବେ ଏଥରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କିଛିଟା ଟିପ୍ସକୁ ଲାଗୁ କଲେ ଆପଣ ଏହି ଚାପରୁ ମୁକ୍ତି ପାଇପାରିବ ।

ଆପଣାନ୍ତୁ ଏସବୁ ଟିପ୍ସ:

  1. ସର୍ବ ପ୍ରଥମେ ଅଫିସରେ ନିଜର କାର୍ୟ୍ୟକୁ ପ୍ରାଥମିକତା ଦିଅନ୍ତୁ । ସବୁ କାମ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରଥମେ କରିବାକୁ ପ୍ରୟାସ କରନ୍ତୁ । ଏକ ତାଲିକା ପ୍ରସ୍ତୁତ କରି କାର୍ୟ୍ୟ କରନ୍ତୁ । ଏହା ଆପଣଙ୍କ କାର୍ୟ୍ୟକୁ ସହଜ କରିବ ଏବଂ ଚାପରୁ ମୁକ୍ତି ମଧ୍ୟ ଦେବ ।
  2. ମାନସିକ ଚାପ ଫଳରେ ଆମକୁ ଲାଗେ ସମୟ ପର୍ୟ୍ୟାପ୍ତ ଆମ ପାଖରେ ନାହିଁ । ତେଣୁ ସମୟ ପରିଚାଳନା କରିବା ଶିଖନ୍ତୁ । ପ୍ରତ୍ୟେକ କାର୍ୟ୍ୟ ପାଇଁ ଏକ ସମୟ ସୀମା ସ୍ଥିର କରନ୍ତୁ ଏବଂ ସେହି ଅନୁସାରେ କାର୍ୟ୍ୟ କରନ୍ତୁ । କାମ ମଧ୍ୟରେ ଛୋଟ ବିରତୀ ନେଇ ବୁଲିବାକୁ ଯିବାକୁ ଚେଷ୍ଟା କରନ୍ତୁ ।
  3. ଅଫିସ୍ କାମ ସରିବା ପରେ ଏହାକୁ ଅଫିସରେ ଛାଡି ଆସନ୍ତୁ । ଘରକୁ ଯିବା ପରେ ଫୋନ୍ କିମ୍ବା ଇମେଲ ଦେଖନ୍ତୁ ନାହିଁ । ଆପଣଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ସମୟ ଦିଅନ୍ତୁ । ଯାହା ଆପଣଙ୍କୁ ଆରାମଦାୟକ ହେବ ତାହା କରିବାକୁ ଚେଷ୍ଟା କରନ୍ତୁ ।
  4. ପ୍ରତ୍ୟେକ ପରିସ୍ଥିତିରେ ସକରାତ୍ମକ ରହିବାକୁ ଚେଷ୍ଟା କରନ୍ତୁ । ନକରାତ୍ମକ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ । ସମସ୍ତଙ୍କ ଜୀବନରେ ଅସୁବିଧା ଏବଂ ସମସ୍ୟା ଲାଗି ରହିଥାଏ, କିନ୍ତୁ ଏକ ସକରାତ୍ମକ ମନୋଭାବ ସହିତ ସେମାନଙ୍କୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ ।
  5. ପ୍ରତିଦିନ ଯୋଗ ଏବଂ ବ୍ୟାୟାମ ପାଇଁ କିଛି ସମୟ ବାହାର କରନ୍ତୁ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ ଆପଣଙ୍କ ମାନସିକ ଚାପ ମଧ୍ୟ ହ୍ରାସ କରିଥାଏ ।
  6. ବିଶେଷ ଧ୍ୟାନ ଦିଅନ୍ତୁ ଯେ, ଆପଣ ଯାହା ଖାଉଛନ୍ତି ତାହା ସୁସ୍ଥ ହୋଇଥିବା ଆବଶ୍ୟକ । ବାହାରୁ ଜଙ୍କ ଫୁଡ ଖାଦ୍ୟଠାରୁ ଦୁରେଇ ରୁହନ୍ତୁ ଏବଂ ସୁସ୍ଥ ଖାଦ୍ୟ ଖାଆନ୍ତୁ । ଏଥିରେ ଫଳ, ପନି ପରିବା ଏବଂ ଡାଲି ଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ । ଏଥିରୁ ଶକ୍ତି ମିଳିବା ସହିତ ମନ ତୀକ୍ଷ୍ଣ ରହିବ ।
  7. ଚାପରୁ ମୁକ୍ତ ହେବା ପାଇଁ ଭଲ ଖାଦ୍ୟ ସହିତ ଭଲ ନିଦ୍ରା ହେବା ଅତ୍ୟନ୍ତ ଆବଶ୍ୟକ । ଜଣେ ବ୍ୟକ୍ତି ପ୍ରତିଦିନ ଅତି କମରେ ୭ରୁ ୮ଘଣ୍ଟା ଶୋଇବା ଉଚିତ । ନିଦ୍ରାର ଅଭାବ ହେତୁ ଆପଣ କ୍ରୋଧିତ ହୁଅନ୍ତି ଏବଂ କାର୍ୟ୍ୟରେ ସଠିକ୍ ଭାବେ ଧ୍ୟାନ ଦେବା କଷ୍ଟକର ହୋଇଥାଏ ।
  8. ଅଫିସରେ ସହକର୍ମୀମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ ଏବଂ ସେମାନଙ୍କ ସହିତ ସକରାତ୍ମକ ସମ୍ପର୍କ ସୃଷ୍ଟି କରନ୍ତୁ । ଅଫିସ ପରିବେଶରେ କାର୍ୟ୍ୟ କରିବା ଶୈଳୀକୁ ମଜାଳିଆ କରନ୍ତୁ ଯାହାଦ୍ୱାରା ଚାପ ହ୍ରାସ ହୋଇପାରିବ ।
  9. ନିରନ୍ତର ଭାବରେ କାର୍ୟ୍ୟ କରିବାରୁ ବିରତୀ ନିଅନ୍ତୁ ଏବଂ କିଛି ଭଲ ସ୍ଥାନ ବୁଲିବାକୁ ଯାଆନ୍ତୁ । ନଚେତ ଘରେ ରହି ଯେତେ ସମ୍ଭବ ବିଶ୍ରାମ କରିବାକୁ ପ୍ରୟାସ କରନ୍ତୁ । ଏହାପରେ କାମକୁ ଫେରିବା ପାଇଁ ଆପଣଙ୍କ ମାଇଣ୍ଡ ଫ୍ରେସ ଲାଗିବ ।
  10. ଅଫିସରେ ବେଳେବେଳେ ନିଜ କ୍ଷମତା ଠାରୁ ଅଧିକ କାମ କରିବାକୁ ପଡିଥାଏ । ତେଣୁ ଆପଣଙ୍କ ଉପରେ କାମ ଅଧିକ ପଡିଲେ ମନା କରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ନିଜର ସିନିୟରଙ୍କୁ କାର୍ୟ୍ୟଭାର ସମ୍ପର୍କରେ ଅବଗତ କରାନ୍ତୁ । ଅତ୍ୟଧିକ କାମ କରିବାକୁ ଆପଣ ସକ୍ଷମ ନୁହଁନ୍ତି ବୋଲି ସିଧାସଳଖ କହିବା ଶିଖନ୍ତୁ ।

Get real time updates directly on you device, subscribe now.