fbpx

(Video) ଶ୍ରୀଲଙ୍କାରେ ବଡ଼ ଦୁର୍ଘଟଣା: କାର ରେସିଂ ଇଭେଣ୍ଟ ସମୟରେ ଟ୍ରାକରୁ ଖସିଲା କାର୍: ୭ ମୃତ, ୨୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଏକ କାର୍ ରେସିଂ ଇଭେଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ଏଠାରେ ସେଣ୍ଟ୍ରାଲ୍ ହିଲ୍ସରେ କାର୍ ରେସ୍ ସମୟରେ ଏକ କାର୍ ଟ୍ରାକରୁ ଖସିଥିଲା । ଏହି କାରଣରୁ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଅଧିକାରୀ କହିଛନ୍ତି ଯେ, ଫକ୍ସ ହିଲ ସୁପର କ୍ରସ୍ ୨୦୨୪ ରେସିଂ ଇଭେଣ୍ଟରେ ଏହି ଦୁର୍ଘଟଣା ଘଟିଛି ।

ପୋଲିସ ମିଡିଆ ମୁଖପାତ୍ର ଡିଆଇଜି ନିହାଲ ଥାଲଦୁଆ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ରେସ ମାର୍ଶଲ ଏବଂ ଦର୍ଶକ ମଧ୍ୟ ସାମିଲ ଅଛନ୍ତି । ଏହି ଦୁର୍ଘଟଣାରେ ଜଣେ ଆଠ ବର୍ଷର୍ୀ ଝିଅର ମଧ୍ୟ ମୃତ୍ୟୁ ଘଟିଛି । ଦୁଇଟି ରେସ କାର ନିୟନ୍ତ୍ରଣ ହରାଇ ଦର୍ଶକଙ୍କ ଗ୍ରୁପ୍ ସହିତ ମୁହାଁମୁହିଁ ଧକ୍କା ହେବାପରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଦିଆତାଲୱା ବେସ ହସ୍ପିଟାଲକୁ ନିଆଯାଇଥିଲା ଏବଂ ବର୍ତ୍ତମାନ ଚିକିତ୍ସା ଚାଲିଛି । ଏହା ବ୍ୟତୀତ ତିନିଜଣ ଗୁରୁତର ଆହତଙ୍କୁ ବାଦୁଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ :-
ଅଧିକାରୀଙ୍କ କହିବାନୁସାରେ, ଜାତୀୟ ନୂଆ ବର୍ଷ ସହିତ ଶ୍ରୀଲଙ୍କା ସେନା ଦ୍ୱାରା ଆୟୋଜିତ ‘ଫକ୍ସିଲ୍ ସୁପର କ୍ରସ୍ ୨୦୨୪’ ନାମକ ଏହି ରେସକୁ ଦେଖିବା ପାଇଁ ଏକ ଲକ୍ଷରୁ ଅଧିକ ପ୍ରଶଂସକ ଏକତ୍ରିତ ହୋଇଥିଲେ । ଶ୍ରୀଲଙ୍କାର କେନ୍ଦ୍ରୀୟ ଉଚ୍ଚଭୂମିରେ ଥିବା ପୂର୍ବତନ ଗ୍ୟାରିସନ୍ ସହର ଦିିଆତଲାୱା ଠାରେ ଏହି ରେସ୍ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ସମସ୍ତ ସୈନ୍ୟକର୍ମୀମାନେ ସାମରିକ ତାଲିମ ନେଉଥିଲେ । ନୂଆ ବର୍ଷର ଛୁଟିଦିନ ପାଳନ ପାଇଁ ସମସ୍ତେ କେନ୍ଦ୍ରୀୟ ପାହାଡରେ ଏକତ୍ରିତ ହୁଅନ୍ତି । ଯେଉଁଠାରେ କାର୍ ରେସ୍ ଏବଂ ଘୋଡା ରେସ୍ ଭଳି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୁଏ ।

Get real time updates directly on you device, subscribe now.