fbpx

LLB ଷଷ୍ଠ ସେମିଷ୍ଟର ପରୀକ୍ଷା ରଦ୍ଦ: ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ

ଭୁବନେଶ୍ୱର: LLB ଷଷ୍ଠ ସେମିଷ୍ଟରର ପେପର-୧ ପରୀକ୍ଷାକୁ ବାତିଲ କରାଯାଇଛି । ମଧୂସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମୋଟ ୨୮ଟି କଲେଜରେ ଏହି ପରୀକ୍ଷାକୁ ରଦ୍ଦ ହୋଇଥିବା ଜଣାଯାଇଛି । ତେବେ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଏହି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ । ତେବେ ଏହି ପେପର-୧ ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ବାତିଲ ହେବା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.