fbpx

ଇତିହାସ ରଚିଲେ ୧୭ ବର୍ଷୀୟ ଡି ଗୁକେଶ : କ୍ୟାଣ୍ଡିିଡେଟ୍ସ ଚେସ ଟୁର୍ନାମେଣ୍ଟ ଜିତି ଭାଙ୍ଗିଲେ ୪୦ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ: ଭାରତର ଡି ଗୁକେଶ ୧୭ ବର୍ଷ ବୟସରେ କ୍ୟାଣ୍ଡିିଡେଟ ଚେସ ଟୁର୍ନାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏହି ବିଜୟ ସହିତ ଗୁକେଶ କ୍ୟାଣ୍ଡିିଡେଟ ଚେସ ଟୁର୍ନାମେଣ୍ଟରେ ବିଶ୍ୱ ଚାମ୍ପିୟନ ହେବା ପାଇଁ ସର୍ବକନିଷ୍ଠ ଖେଳାଳି ହୋଇଥିଲେ ।

ଏହି ବିଜୟ ସହିତ ଭାରତୀୟ ଷ୍ଟାର ୪୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ବର୍ତ୍ତମାନ ଗୁକେଶ ଚଳିତ ବର୍ଷ ଶେଷରେ ଚୀନର ବର୍ତ୍ତମାନର ବିଶ୍ୱକପ୍ ଚାମ୍ପିଅନ୍ ଡିଙ୍ଗ୍ ଲିରିନ୍ଙ୍କ ବିପକ୍ଷରେ ଖେଳିବାର ସୁଯୋଗ ପାଇବେ ।

ଗୁକେଶଙ୍କ ପୂର୍ବରୁ କନିଷ୍ଠ ବୟସରେ କ୍ୟାଣ୍ଡିିଡେଟ ଚେସ ଟୁର୍ନାମେଣ୍ଟ ଜିତିବାର ରେକର୍ଡ ରୁଷର ଗ୍ୟାରି କାସପାରୋଭଙ୍କ ନାଁରେ ରହିଥିଲା, ଯିଏକି ୧୯୮୪ ରେ ନିଜ ଦେଶର ନାତୋଲି କାର୍ପୋଭଙ୍କୁ ଚ୍ୟାଲେଞ୍ଜ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ସେତେବେଳେ କାର୍ପାଭଙ୍କୁ ୨୨ ବର୍ଷ ବୟସ ହୋଇଥିଲା । କିନ୍ତୁ ବର୍ତ୍ତମାନ ଗୁକେଶ ୧୭ ବର୍ଷ ବୟସରେ ଏହି ସଫଳତା ହାସଲ କରିଛନ୍ତି ।
ତେବେ ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ଗୁକେଶ ଗତ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ସହ ଡ୍ର ଖେଳିଥିଲେ । ଟୁର୍ନାମେଣ୍ଟରେ ଗୁକେଶ ୧୪ ପଏଣ୍ଟ ମଧ୍ୟରୁ ୯ ସ୍କୋର କରିଥିଲେ । ବିଶ୍ୱ ଚାମ୍ପିୟନକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିବା ଖେଳାଳିଙ୍କ ପାଇଁ କ୍ୟାଣ୍ଡିିଡେଟ ଚେସ୍ ଟୁର୍ନାମେଣ୍ଟ ଆୟୋଜିତ ହୋଇଛି ।

Get real time updates directly on you device, subscribe now.