fbpx

WC ଫାଇନାଲ ପୂର୍ବରୁ ମହମ୍ମଦ ଶାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ଗୋଟିଏ ନୁହେଁ, ଡବଲ ଗିଫ୍ଟ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ: ବିଶ୍ୱକପ-୨୦୨୩ରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ମିଳିଛି ଅପୂର୍ବ ସଫଳତା । ମାତ୍ର ୬ଟି ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ(୨୩)ଟି ୱିକେଟ ହାସଲ କରି ସେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୭ଟି ୱିକେଟ ନେଇ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ନିଜ ବୋଲିଂର ଜଲୱା ଦେଖାଇଛନ୍ତି । ତେଣୁ ଫାଇନାଲ ପୂର୍ବରୁ ଶାମୀଙ୍କୁ ମିଳିଛି ସ୍ୱତନ୍ତ୍ର ଉପହାର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାମୀଙ୍କୁ ଏହି ଉପହାର ଦେଇଛନ୍ତି । ତେବେ ଗୋଟିଏ ନୁହେଁ, ଦୁଇଟି ଉପହାର ଦେଇ ଶାମୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଯୋଗୀ ।

ଉତ୍ତରପ୍ରଦେଶର ଅମରୋହାରେ ଜନ୍ମଗ୍ରହଣ କରିଥିଲେ ମହମ୍ମଦ ଶାମୀ । ଅମରୋହାର ଜିଲ୍ଲାଧିକାରୀ ରାଜେଶ ତ୍ୟାଗୀଙ୍କ ଅନୁସାରେ, ଉତ୍ତରପ୍ରଦେଶ ସରକାର ଶାମୀଙ୍କ ଗ୍ରାମରେ ସହସପୁର ଅଲୀନଗରରେ ଏକ ମିନି ଷ୍ଟାଡିୟମ ଏବଂ ଏକ ଓପନ୍ ଜିମ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାରେ ମୁଖ୍ୟ ବିକାଶ ଅଧିକାରୀ(ସିଡିଓ) ନିଜ ଟିମ୍ ସହ ଶାମୀଙ୍କ ଗ୍ରାମରେ ପହଞ୍ଚିବା ସହ ଏହି ଜମିର ସର୍ଭେ କରିଛନ୍ତି ।

ୟୁପି ସରକାରଙ୍କ ତରଫରୁ ସହସପୁର ଅଲୀନଗର ନିକଟରେ ଏକ ଜମିରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏହି ଷ୍ଟାଡିୟମରେ ଭିନ୍ନ ଭିନ୍ନ ପ୍ରକାରର ଖେଳ ସୁବିଦା ମିଳିବ ଏବଂ କୋଜିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଏହାଦ୍ୱାରା ଜିଲ୍ଲାର ଖେଳାଳିମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ନିଜର ପ୍ରତିଭା ଦେଖାଇବା ପାଇଁ ସୁଯୋଗ ମିଳିପାରିବ । ଏହାବ୍ୟତୀତ ଆଖପାଖ ଜିଲ୍ଲାର ଖେଳାଳିମାନେ ମଧ୍ୟ ଏହା ଫାଇଦା ହାସଲ କରିପାରିବେ ।

ତେବେ ଶାମୀ ନିଜେ ଏଠାରେ ଏକ ଗ୍ରାଉଣ୍ଡ ପ୍ରସ୍ତୁତ କରିଛନ୍ତି । ନେସନାଲ ଟିମରୁ ଅବସର ସମୟରେ ଏଠାରେ ସେ ନିଜ ଅଭ୍ୟାସ କରିଥାନ୍ତି । ଏହାସହିତ ଗ୍ରାମର ପିଲାମାନଙ୍କୁ ମଧ୍ୟ ସେ ଏହି ଗ୍ରାଉଣ୍ଡରେ ଟ୍ରେନିଙ୍ଗ ଦେଇଥାନ୍ତି ।

ତେବେ ବିଶ୍ୱକପ-୨୦୨୩ର ଫାଇନାଲ ମ୍ୟାଚରେ ବର୍ତ୍ତମାନ ସାରା ବିଶ୍ୱର ନଜର ରହିଛି । ଅହମ୍ମଦାବାଦରେ ହେବାକୁ ଥିବା ଏହି ହାଇ ଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ତେବେ ଉଭୟ ଦଳ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ଫାଇନାଲରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.