fbpx

ଖାଲି ପେଟରେ ଚା’ ପିଉଛନ୍ତି କି? ପିଇବା ପୂର୍ବରୁ ଜାଣି ରଖନ୍ତୁ କ’ଣ ରହିଛି ଏହାର ପ୍ରଭାବ

Advertisement

ଭାରତର ପ୍ରତ୍ୟେକ ବ୍ୟକ୍ତି ଚା’କୁ ନେଇ ପାଗଳ । ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ୟ୍ୟନ୍ତ ଲୋକେ ଭିନ୍ନ ଭିନ୍ନ ପ୍ରକାର ଚା’ ପିଇବାକୁ ପସନ୍ଦ କରିଥାନ୍ତି । କେବେ ମୁଣ୍ଡବିନ୍ଧାରୁ ମୁକ୍ତି ପାଇଁ ତ କେବେ କିଛି ସମସ୍ୟାକୁ ନେଇ ଟେନସନକୁ ଦୂର କରିବା ପାଇଁ, ସବୁଠି ଚା’ର ଆବଶ୍ୟକତା ରହିଛି।

କିନ୍ତୁ କିଛି ଲୋକ ଭୁଲ୍ ଉପାୟରେ ଚା’ ପିଇଥାନ୍ତି । ବେଳେବେଳେ ଖାଲି ପେଟରେ ଚା ପିଇବା କିମ୍ବା ରାତ୍ରି ଭୋଜନ ପରେ ଚା ପିଇବା ଅଭ୍ୟାସ କିଛିଲୋକଙ୍କର ରହିଛି । ତେବେ ଚା ଯେପରି ଛୋଟ ବଡ଼ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ, ସେହିପରି ଭୁଲ୍ ଉପାୟରେ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ମଧ୍ୟ ହୋଇପାରେ ।

ତେବେ କିଛି ଲୋକ ଦ୍ୱନ୍ଦ୍ୱରେ ରୁହନ୍ତି କି ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ରୋଗୀମାନେ ଖାଲି ପେଟରେ ଚା ପିଇବା ଉଚିତ କି? ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା କ୍ଷତିକାରକ କି? ବାସ୍ତବରେ, ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଉଚ୍ଚ ବିପି ଏବଂ ହୃଦରୋଗରେ ପୀଡିତ । ଏହାର କାରଣ ହେଉଛି ଅବ୍ୟବସ୍ଥିତ ଜୀବନଶୈଳୀ । ଏବେ ପ୍ରଶ୍ନ ହେଉଛି ଖାଲି ପେଟରେ ଚା ପିଇବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଉଚିତ କି! ଏପରି ସ୍ଥିତିରେ ଯଦି ଆପଣ ଖାଲି ପେଟରେ ଚା ପିଉଛନ୍ତି, ତେବେ ଏହାକୁ ପିଇବା ପୂର୍ବରୁ କିଛି ଜିନିଷ ଜାଣି ରଖିବା ଉଚିତ ।

ଉଚ୍ଚ ରକ୍ତଚାପ ରୋଗୀମାନେ ଖାଲି ପେଟରେ ଚା ପିଇବା ଉଚିତ କି – ଯଦି ଆପଣ ଉଚ୍ଚ ରକ୍ତଚାପର ରୋଗୀ ତେବେ ସର୍ବଦା କ୍ଷୀରରୁ ପ୍ରସ୍ତୁତ ଚା ପିଅନ୍ତୁ ନାହିଁ । କାରଣ କ୍ଷୀର ଚା ପିଇବା ଦ୍ୱାରା ଆପଣଙ୍କ ରକ୍ତଚାପ କମିବା ପରିବର୍ତ୍ତେ ବଢ଼ିବାର ସମ୍ଭାବନା ରହିଛି । ଏଥି ସହିତ କ୍ଷୀର ଚା ପିଇବା ଦ୍ୱାରା ଗ୍ୟାସ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇପାରେ । ତେଣୁ ଖାଲି ପେଟରେ କ୍ଷୀର ଚା ପିଅନ୍ତୁ ନାହିଁ ।

ଯଦି ଆପଣ ସକାଳେ ପ୍ରଥମେ ଚା ପିଇବାକୁ ଭଲ ପାଆନ୍ତି, ତେବେ ଉଚ୍ଚ ବିପି ରୋଗୀଙ୍କ ପାଇଁ ଗ୍ରୀନ୍ ଟି ଏକ ଭଲ ବିକଳ୍ପ । ଏହା ଆପଣଙ୍କ ଉଚ୍ଚ ରକ୍ତଚାପ ସମସ୍ୟାକୁ ହ୍ରାସ କରେ । ଏଥି ସହିତ ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୟାଟେଚିନ୍ ଭରପୂର ଯାହା ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ । ଏହା ବ୍ୟତୀତ ଆପଣ ବ୍ଲାକ ଟି ମଧ୍ୟ ପିଇ ପାରିବେ ।

Get real time updates directly on you device, subscribe now.