fbpx

ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା: ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପଛୁଆ

ନୂଆଦିଲ୍ଲୀ: ଆଜି ୫ ଟି ରାଜ୍ୟରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ତେବେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାରମ୍ଭିକ ପର୍ଯ୍ୟାୟରେ ପଛୁଆ ଅଛନ୍ତି । ଗଣତି ଅନୁସାରେ, ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆ ମୁଖ୍ୟମନ୍ତ୍ରୀ ନିଜ ନିଜ ଆସନରେ ପଛୁଆ ଅଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଉଭୟ ଆସନରେ ପଛୁଆ ଅଛନ୍ତି । ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରେ ପଛୁଆ ଅଛନ୍ତି । ଏହା ସହ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଗଣତିରେ ପଛୁଆ ଅଛନ୍ତି ।

ତେବେ ଉତ୍ତରାଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ପଛୁଆ ଅଛନ୍ତି । ଅମୃତସରର ପୂର୍ବ ଆସନରେ ନବଜୋତ ସିଂ ସିନ୍ଧୁ ମଧ୍ୟ ପଛୁଆ ଅଛନ୍ତି । ଜଲାଲବାଦ ଆସନରେ ଏସଏଡିର ସୁଖବୀର ସିଂ ବାଦଲ ପଛୁଆ ଅଛନ୍ତି । ପଟିଆଲାରେ କ୍ୟାପଟେନ ଅମରିନ୍ଦର ସିଂ ଆଗୁଆ । ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍ ପଛୁଆ ଅଛନ୍ତି ।

Get real time updates directly on you device, subscribe now.