fbpx

ମୁଖ୍ୟ ଶାସନ ସଚିବ ହସ୍ପିଟାଲରେ ଭର୍ତ୍ତି: ଡେଙ୍ଗୁରେ ସଂକ୍ରମିତ ହେଲେ ପ୍ରଦୀପ ଜେନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି । ଚଳିତ ମାସ ପହିଲା ସୁଦ୍ଧା ରାଜ୍ୟର ୮୨ ପ୍ରତିଶତ ସଂକ୍ରମିତ ବେଳ ୬ଟି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ଗତବର୍ଷ ଯେଉଁସବୁ ଜିଲ୍ଲାଗୁଡ଼ିକରେ ରୋଗୀ ସଂଖ୍ୟା ୫୦ ଟପିନଥିଲା ଚଳିତ ବର୍ଷ ସେହିସବୁ ଜିଲ୍ଲାଗୁଡ଼ିକରେ ଡେଙ୍ଗା ରୋଗୀଙ୍କ ସଂଖ୍ୟା ୩ ଶହ ଟପିଯାଇଥିବା ଦେଖାଯାଇଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ଆସିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡେଙ୍ଗୁ ଜ୍ୱରରେ ସଂକ୍ରମିତ ହୋଇଛନ୍ତି । ତେଣୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି । ତେବେ ପ୍ରଦୀପଙ୍କର ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ସୁଧୁରୁଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶ ସୂଚନା ଦେଇଛନ୍ତି । ତେବେ ପ୍ରଦୀପ ହସ୍ପିଟାଲରେ କିଛିଦିନ ରହିପାରନ୍ତି ବୋଲି କୁହାଯାଉଛି ।

ଡେଙ୍ଗୁ ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିସହିତ ରାଜ୍ୟର ପ୍ରତି ଜିଲ୍ଲାରେ ଏସଓପି ଜାରି କରାଯିବା ସହିତ କ୍ୟାପିଟାଲ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଥିଲା । ପ୍ରତ୍ୟେକ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ ।

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ଡେଙ୍ଗୁର ହଟସ୍ପଟ ପାଲଟିଛି । ଚଳିତ ବର୍ଷ ରାଜ୍ୟରେ ୫୦ ହଜାରରୁ ଅଧିକ ଙେଙ୍ଗୁ ନମୂନା ପରୀକ୍ଷା କରାଯାଇଛି । ଡେଙ୍ଗୁ ପରୀକ୍ଷା ପାଇଁ ଅଧିକ ୪୦ଟି କେନ୍ଦ୍ର ଖୋଲାଯିବା ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଡେଙ୍ଗୁ ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିସହିତ ରାଜ୍ୟର ପ୍ରତି ଜିଲ୍ଲାରେ ଏସଓପି ଜାରି କରାଯିବା ସହିତ କ୍ୟାପିଟାଲ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଥିଲା । ପ୍ରତ୍ୟେକ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ ।

Get real time updates directly on you device, subscribe now.