ନୂଆଦିଲ୍ଲୀ: ପିଲାକୁ ଫର୍ମୁଲା ମିଲ୍କ କିମ୍ବା ପାଉଡର କ୍ଷୀର ଖୁଆଉଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଏହା ପିଲାର ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ ।
ନିକଟରେ, ଯେତେବେଳେ ଏହି କ୍ଷୀରର ନମୁନା ପରୀକ୍ଷା କରାଯାଇଥିଲା, ସେତେବେଳେ ଏଥିରେ ସୀସା ଏବଂ ଆର୍ସେନିକ୍ ମିଳିଥିଲା, ଯାହା ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର କ୍ଷତି କରିପାରେ ବୋଲି କୁହାଯାଇଛି ।
ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପାଉଡ଼ର କ୍ଷୀର-ପିଲାମାନଙ୍କୁ ପାଉଡର କ୍ଷୀର ଦିଆଯିବା ଉଚିତ୍ ନୁହେଁ। ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଆମେରିକୀୟ ଏକାଡେମୀ ଅଫ୍ ପିଡିଆଟ୍ରିକ୍ସ ଅନୁଯାୟୀ, ଏହି କ୍ଷୀର ପିଲାମାନଙ୍କଠାରେ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିପାରେ । ପିଲାମାନଙ୍କୁ ୬ ମାସ ବୟସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖାଇବାକୁ ଦିଆଯିବା ଉଚିତ ।
କଞ୍ଜ୍ୟୁମର ରିପୋର୍ଟ ଦ୍ୱାରା ପରୀକ୍ଷିତ 41ଟି ଫର୍ମୁଲା କ୍ଷୀର ନମୁନା ମଧ୍ୟରୁ 34ଟିରେ ସୀସା ଥିଲା, ଯାହା 1.2 ରୁ 4.2 ppb ପର୍ଯ୍ୟନ୍ତ ଥିଲା । ଏହାର ସର୍ବୋଚ୍ଚ ସ୍ତର ଏନଫାମିଲ୍ ନ୍ୟୁଟ୍ରାମିଜେନରେ ମିଳିଥିଲା।
ଯଦିଓ ପରୀକ୍ଷିତ କୌଣସି ନମୁନାରେ ସୀସା ସ୍ତର ମାନକଠାରୁ ଅଧିକ ନଥିଲା, ତଥାପି ଅଳ୍ପ ପରିମାଣ ବିପଜ୍ଜନକ । ତେବେ ଏହି କ୍ଷୀର ପିଇବା ଦ୍ବାରା ମସ୍ତିଷ୍କ ଏବଂ ମାନସିକ ସ୍ୱାସ୍ଥ୍ୟ ବୃଦ୍ଧିରେ ସମସ୍ୟା ହୋଇପାରେ। ଗ୍ୟାସ୍, ଡାଇରିଆ ଏବଂ କୋଷ୍ଠକାଠିନ୍ୟ ଭଳି ପାଚନ ସମସ୍ୟା, ବୃକକ୍ ଏବଂ ଯକୃତ ଉପରେ ପ୍ରତିକୂଳ ପ୍ରଭାବ, ହାଡ଼ ଦୁର୍ବଳତା ଏବଂ ବୃଦ୍ଧି ବନ୍ଦ ହେବା ଭଳି ସମସ୍ୟା ହୋଇପାରେ ।