fbpx

ପିଲାଙ୍କ ଉପରେ କରୋନା ପ୍ରକୋପ ! ବେଙ୍ଗାଲୁରୁରେ ୧୦ ଦିନରେ ୫୦୦ରୁ ଅଧିକ ପଜିଟିଭ

Advertisement

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରକୋପର ସ୍ଥିତି ସୁଧୁରିବାକୁ ଆରମ୍ଭ କରିଥିବାବେଳେ ଏବେ ତୃତୀୟ ଲହରର ଭୟ ଘାରିବାରେ ଲାଗିଛି । ଧୀରେ ଧୀରେ ଦେଶର ଅନେକ ସ୍ଥାନରୁ ତୃତୀୟ ଲହରର ଆଭାସ ମିଳିବାକୁ ଲାଗିଛି । ବିଶେଷଜ୍ଞ ପୂର୍ବରୁ ଚେତାବନୀ ଦେଇଛନ୍ତି ଯେ କରୋନାର ତୃତୀୟ ଲହରରେ ପିଲାମାନେ ଅଧିକ ଭାବରେ ଆକ୍ରାନ୍ତ ହେବେ ଆଉ ଏବେ କରୋନା ଧୀରେ ଧୀରେ ପିଲାଙ୍କୁ ହିଁ ଏହାର ଶିକାର କରୁଛି । ବେଙ୍ଗାଲୁରୁରେ ଗତ ୧୦ ଦିନରେ ୫୪୩ ପିଲା କରୋନା ପଜିଟିଭ ଦେଖାଯାଇଛି ।

ବୃହତ ବେଙ୍ଗାଲୁରୁ ମହାନଗର ପାଳିକା ଶୁକ୍ରବାର ସୂଚିତ କରିଛି ଯେ ୧ ଅଗଷ୍ଟରୁ ୧୧ ଅଗଷ୍ଟ ମଧ୍ୟରେ ୦ରୁ୧୯ ବର୍ଷ ବର୍ଗର ୫୪୩ ପିଲା କରୋନା ପଜିଟିଭ ହୋଇଛନ୍ତି । ଅବଶ୍ୟ ଏହି ଆୟୁ ବର୍ଗର କାହାରବି ମୃତ୍ୟୁ ହୋଇନାହିଁ । ମହାନଗର ପାଳିକା କହିଛି ଅଧିକାଂଶ ପିଲାଙ୍କଠାରେ ଳକ୍ଷଣ ନଥିବାବେଳେ ଅନେକଙ୍କଠାରେ ହାଲୁକା ଲକ୍ଷଣ ରହିଛି ।

ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କହିଛନ୍ତି ଯେ ରାଜ୍ୟ ସରକାର ପିଲାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଶିଶୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରିବ । ସେ କହିଛନ୍ତି ବିଶେଷଜ୍ଞମାନେ ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବାନେଇ ଚେତାବନୀ ଦେଇଛନ୍ତି । ଯେହେତୁ ପିଲାମାନଙ୍କ ପାଇଁ ଏପର୍ଯ୍ୟନ୍ତ ଟିକା ଆସିନାହିଁ । ଏଥିପାଇଁ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ବାତ୍ସଲ୍ୟ ଯୋଜନା ଆରମ୍ଭ କରିଦିଆଯାଇଛି । ସେ ଆହୁରି କହିଛନ୍ତି ପିଲାଙ୍କଠାରେ ପୋଷଣ ଏବଂ ବିକାଶ ପାଇଁ ଆବଶ୍ୟକ ଉପଚାର କରାଯିବ । ଆମେ ପିଲାଙ୍କୁ ଭାଇରସଠାରୁ ବଞ୍ଚାଇବା ପାଇଁ ପ୍ରୟାସ କରିବୁ । ହସ୍ପିଟାଲରେ ଶିଶୁ ଚିକିତ୍ସା ଆଇସିୟୁର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.