fbpx

ପିଲାଙ୍କୁ ବିନା ଦ୍ୱିଧାରେ ପଠାଇପାରିବେ ସ୍କୁଲ, ସେମାନଙ୍କ ଠାରେ କୋଭିଡ୍ ବିପଦ ଖୁବ୍ କମ୍: ବିଶେଷଜ୍ଞ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କୋଭିଡ୍ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି । ନୂତନ ଭାରିଆଣ୍ଟ ଓମିକ୍ରନ ପାଇଁ ଦେଶବ୍ୟାପୀ ଭୟର ପରିସ୍ଥିତି ଦେଖିବାକୁ ମିଳିଛି । ଦେଶର ପ୍ରମୁଖ ସହର ଯେପରିକି ଦିଲ୍ଲୀ, ମୁମ୍ବାଇ, ତାମିଲନାଡୁ ଆଦି ସ୍ଥାନରେ ମାମଲା ରକେଟ୍ ବେଗରେ ବୃଦ୍ଧି ପାଉଛି । ସେଠାରେ ବର୍ତ୍ତମାନ କୋଭିଡ୍ କୁ ନେଇ ଚିନ୍ତାଜନକ ପରିସ୍ଥିତି ରହିଛି । ଏହା ଭିତରେ ଜାନୁଆରୀ ୩ ତାରିଖରୁ କିଶୋର ମାନଙ୍କର(୧୫-୧୮) ଟିକାକରଣ ଆରମ୍ଭ ହେବାକୁ ଯାଉଛି । ତେଣୁ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ।

ତେବେ ପିଲାଙ୍କ ଠାରେ କୋଭିଡର କଣ ବିପଦ ରହିଛି ସେନେଇ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ବିଲ୍ଲୋରର କିଶ୍ଚିୟନ୍ ମେଡିକାଲ କଲେଜର ଜଣାଶୁଣା ଡାକ୍ତର ଗଗନଦୀପ କଙ୍ଗ କହିଛନ୍ତି ଯେ, ପିଲାମାନଙ୍କୁ ସ୍କୁଲ ପଠାଯିବା ଦରକାର । ଏମାନଙ୍କ ଠାରେ କୋଭିଡ୍ ସଂକ୍ରମଣ ଆଶଙ୍କା ଖୁବ୍ କମ୍ ଓ ଭାଇରସ୍ ର ପ୍ରଭାବ ପିଲାଙ୍କ ଠାରେ ଆଦୌ ଗମ୍ଭୀର ନୁହେଁ । ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ।

ଇଣ୍ଟରଭିୟୁରେ ସେ କହିଛନ୍ତି ଯେ, ମୋ କହିବା କଥା ଯେ, ପିଲାମାନଙ୍କ ସ୍କୁଲ ପଠାଇବା ଆବଶ୍ୟକ କାରଣ ସାଧାରଣତଃ କୋଭିଡ୍ ସଂକ୍ରମଣ ଏମାନଙ୍କ ଠାରେ ଖୁବ୍ ନ୍ୟୁନ । ପିଲାମାନେ ନିଜ ସାଙ୍ଗ ମାନଙ୍କ ସହିତ କ୍ଲାସ୍ ରୁମ୍ ରେ ଯେଉଁ ଶିକ୍ଷାପ୍ରାପ୍ତ କରୁଛନ୍ତି ତାହା ଅଧିକ ଲାଭ ଦେଇଥାଏ । ଏସବୁ ଅନଲାଇନ୍ ଦ୍ୱାରା ମିଳିପାରେ ନାହିଁ । ତେବେ ଗୋଟିଏ ଛୋଟ ସମସ୍ୟା ହେଉଛି ଯଦି ପିଲା ସ୍କୁଲ ଯାଉଛନ୍ତି ତାହେଲେ ସଂକ୍ରମଣ ହେବ ଓ ପରିଣାମସ୍ୱରୂପ ଗମ୍ଭୀର ରୋଗର ହେବ । କିନ୍ତୁ ଶେଷରେ ସେ କୋଭିଡ୍ ର ପ୍ରଭାବ ପିଲାଙ୍କ ଉପରେ ଆଦୌ ବିପଦଜନକ ନୂହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.