fbpx

ଏହି ୮ଟି ଲକ୍ଷଣକୁ ତାଲିକାଭୁକ୍ତ କଲେ କେନ୍ଦ୍ର ସରକାର, ଦେଖା ଦେବା ମାତ୍ରେ ତୁରନ୍ତ ଟେଷ୍ଟ କରାନ୍ତୁ

ନୂଆଦିଲ୍ଲୀ: ଗତବର୍ଷ ପରି ପୁଣି ଥରେ କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ଚାରିଆଡ଼େ ହୁ ହୁ ହୋଇ ବଢ଼ି ଚାଲିଛି । ତେବେ ଏହି ଭାରିଆଣ୍ଟ ପୂର୍ବ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ସଂକ୍ରାମକ ହେବ, ମାତ୍ର ମୃତ୍ୟୁହାର କମିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର )ର ମହାନିର୍ଦ୍ଦେଶକ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛନ୍ତି ।

ଦେଶରେ କରୋନା ବୃଦ୍ଧି ପାଉଥିବାରୁ ସରକାର ଟେଷ୍ଟିଂ ବୃଦ୍ଧି ନେଇ ତତ୍ପରତା ପ୍ରକାଶ କରିଛନ୍ତି । ରାପିଡ୍ ଆଣ୍ଟିଜେନ ଟେଷ୍ଟ ଏବଂ ହୋମ୍ ଟେଷ୍ଟ କିଟର ବ୍ୟବହାର କରିବାକୁ ଲୋକଙ୍କୁ ଉତ୍ସାହିତ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ କୋଭିଡର ୮ଟି ଲକ୍ଷଣକୁ ତାଲିକାଭୁକ୍ତ କରାଯାଇଛି । ଏହି ଲକ୍ଷଣଗୁଡ଼ିକ ଦେଖାଦେବା ମାତ୍ର ତୁରନ୍ତ ଟେଷ୍ଟ କରିବାକୁ କୁହାଯାଇଛି । ସେଗୁଡ଼ିକ ହେଲା:-

୧- ମୁଣ୍ଡବିନ୍ଧା

୨- କାଶ କିମ୍ବା ବିନା କାଶ ସହ ଜ୍ୱର

୩- ଡାଇରିଆ

୪- ଭୀଷଣ କ୍ଲାନ୍ତ ଅନୁଭବ କରିବା

୫- ଶରୀରରେ ଯନ୍ତ୍ରଣା ଲାଗିବା

୬- ଗଳା ସଂକ୍ରମଣ

୭- ଅଣନିଃଶ୍ୱାସୀ ଲାଗିବା

୮- ସ୍ୱାଦ ଓ ଘ୍ରାଣ ଶକ୍ତି ହ୍ରାସ ପାଇବା

Get real time updates directly on you device, subscribe now.