fbpx
BSKY
BJD MC SKY
BJD MS SKY

ଲୋକପ୍ରିୟ ଅଭିନେତ୍ରୀ ବେଟି ହ୍ୱାଇଟଙ୍କର ୯୯ ବର୍ଷରେ ପରଲୋକ, ଶୋକ ପ୍ରକାଶ କଲେ ଆମେରିକୀ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଟିଭିର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତ୍ରୀ ବେଟି ହ୍ୱାଇଟର ୯୯ଳ ବର୍ଷରେ ପରଲୋକ ହୋଇଯାଇଛି । ଶୁକ୍ରବାର ଦିନ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଉ ମାତ୍ର ଦୁଇ ସପ୍ତାହ ପରେ ସେ ୧୦୦ ବର୍ଷରେ ପାଥ ଥାପିଥାନ୍ତେ । ହେଲେ ତା ପୂର୍ବରୁ ହିଁ ତାଙ୍କର ନିଧନ ହୋଇଯାଇଛି । ଗୋଲ୍ଡେନ ଗର୍ଲ୍ସ ଶୋ’ ରୁ ଅନେକ ଲୋକପ୍ରିୟତା ମିଳିଥିଲା । ଏହି ଶୋ ମାଧ୍ୟମରେ ସେ ଲୋକଙ୍କ ହୃଦୟ ଜିତି ନେଇଥିଲେ ।

ସେ ୮ଟି ଏମି ଆୱାର୍ଡ, ୧ ଗ୍ରାମୀ ଆୱାର୍ଡ ଓ  ୩ଟି ସ୍କ୍ରିନ୍ ଆକ୍ଟର୍ସ ଗିଲ୍ଡ ଆୱାର୍ଡ ଜିତିଛନ୍ତି । ହ୍ୱାଇଟ୍ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟ ମହିଳା ମାନଙ୍କ ପାଇଁ ବ୍ରଡକାଷ୍ଟ୍ ଇଣ୍ଡଷ୍ଟ୍ରୀରେ କ୍ୟାରିୟର୍ କରିବା ପାଇଁ ବାଟ ଫିଟାଇଥିଲେ । ତେବେ ବେଟି ହ୍ୱାଇଟ୍ ଅକଲ୍ୟାଣ୍ଡରେ ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ କେବଳ ଟିଭି ନୁହେଁ ବରଂ ରେଡିଓରେ ମଧ୍ୟ ନିଜ କଣ୍ଠ ଜରିଆରେ ଅନେକ ଲୋକଙ୍କ ମନୋରଞ୍ଜନ ଦେଇଛନ୍ତି ।

Get real time updates directly on you device, subscribe now.