fbpx
BJD SKY
BJD SKY

Comic Booksରୁ ନିର୍ବାଚନର ବିଷୟରେ ସଚେତନ ହେବେ ପିଲା: ଇଲେକ୍ସନ କମିଶନ ରିଲିଜ କଲେ ପୁସ୍ତକ

BJD

ନୂଆଦିଲ୍ଲୀ: ପିଲାମାନେ ଏବେ ନିର୍ବାଚନକୁ ନେଇ ହେବେ ସତର୍କ ଏବଂ ସଚେତନ । ପିଲାମାନଙ୍କ ମଧ୍ୟରେ ନିର୍ବାଚନ ବିଷୟରେ ଜିଜ୍ଞାସା ଆଣିବା ସହ ଏହାକୁ ନେଇ ସଚେତନ କରିବା ପାଇଁ ଭାରତର ଇଲେକ୍ସନ କମିଶନ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଛୋଟ ପିଲାମାନଙ୍କ ରୁଚିକୁ ନଜରରେ ରଖି ବ୍ୟଙ୍ଗ ପୁସ୍ତକ(Comic Books) ରିଲିଜ କରିଛନ୍ତି ନିର୍ବାଚନ ଆୟୋଗ । କାର୍ଟୁନ ତଥା ବ୍ୟଙ୍ଗ ପୁସ୍ତକ ମାଧ୍ୟମରେ ଏଣିକି ପିଲାମାନେ ନିର୍ବାଚନ ସମ୍ବନ୍ଧୀୟ ଅନେକ ତଥ୍ୟ ଜାଣିପାରିବେ । ଏଥିପାଇଁ ୨ଟି ପୁସ୍ତକ ରିଲିଜ କରାଯାଇଛି ।

ପିଲାମାନଙ୍କୁ ନିର୍ବାଚନ, ମତଦାନ ଏବଂ ନିର୍ବାଚନର ପ୍ରକ୍ରିୟା ଇତ୍ୟାଦି ବିଷୟରେ ସଚେତନ କରାଇବା ପାଇଁ ବ୍ୟଙ୍ଗପୁସ୍ତକକୁ ହତିଆର କରିଛନ୍ତି ଇଲେକ୍ସନ କମିଶନ । ପ୍ରାଣ ପ୍ରକାଶ ଦ୍ୱାରା ଜାରି ହୋଇଥିବା ଏହି ପୁସ୍ତକରେ ଚାଚା ଚୌଧୂରୀ, ସବୁ, ରାକା, ଧମାକା ସିଂହ, ବିଲୁ ଏବଂ ଅନ୍ୟାନ୍ୟ ଚରିତ୍ରକୁ ନେଇ ନିର୍ବାଚନ ଉପରେ ୧୦ଟି କ୍ଷୁଦ୍ର ଗଳ୍ପକୁ ସ୍ଥାନ ଦିଆଯାଇଛି । ଏହି ସମସ୍ତ ଚରିତ୍ର ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର(X)ରେ ବ୍ୟଙ୍ଗ ପୁସ୍ତକର ବିଭିନ୍ନ ଫଟୋ ସେୟାର କରି ମତଦାନର ଗୁରୁତ୍ୱ ବିଷୟରେ ପିଲାମାନଙ୍କୁ ବାର୍ତ୍ତା ଦିଆଯାଇଛି ।

ଏ ନେଇ ନିର୍ବାଚନ କମିଶନର ମୁଖପାତ୍ର କହିଛନ୍ତି ଯେ, “ଚାଚା ଚୌଧୂରୀ ଔର ଚୁନାଭି ଦଙ୍ଗଲ” ନାମରେ ଏହି ବ୍ୟଙ୍ଗ ପୁସ୍ତକକୁ ରିଲିଜ କରି ଆୟୋଗ ଏକ ଏକ ନିଆରା ପଦକ୍ଷେପ ନେଇଛି । ତେବେ ଇଲେକ୍ସନ କମିଶନର ସୂଚନା ଅନୁସାରେ, ପିଲାମାନଙ୍କ ମଧ୍ୟରେ ମୋଟ ୩୦,୦୦୦ ପୁସ୍ତକ ମାଗଣା ବଣ୍ଟନ କରାଯିବ । ଏହାବ୍ୟତୀତ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଏହି ପୁସ୍ତକ ଉପଲବ୍ଧ ରହିବ ବୋଲି କମିଶନ୍ ତରଫରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.