fbpx

ଚିଲିକାରେ ବଢିଲେ ୫୭ ହଜାର ପକ୍ଷୀ

ଚିଲିକା,୬ ।୧(ଓଡିଶା ଭାସ୍କର): ଚିଲିକାର ୨୦୧୯-୨୦ ପକ୍ଷୀ ଗଣନା ରିପୋର୍ଟ ପ୍ରକାଶ ପାଇଛି । ଗତବର୍ଷ ଅପେକ୍ଷା ଚିଲିକାରେ ୫୭ ହଜାର ପକ୍ଷୀ ବଢିଛନ୍ତି । ୨୦୧୯-୨୦ରେ ଚିଲିକାରେ ୧୮୪ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି । ୧୮୪ ପ୍ରଜାତିର ୧୧ ଲକ୍ଷ ୫ ହଜାର ପକ୍ଷୀ ଅଛନ୍ତି, ସେଥିରୁ ୪ ଲକ୍ଷ ୬ ହଜାର ୩୦୮ ପକ୍ଷୀ ନଳବଣରେ ଅଛନ୍ତି ।

ଅନ୍ୟପଟେ ଭିତରକନିକାରେ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ୫ଟି ରେଞ୍ଜରେ ପକ୍ଷୀଗଣନା ଆରମ୍ଭ ହୋଇଛି । ବିଦେଶାଗତ ପକ୍ଷୀ ଗଣନା ପାଇଁ ୧୬ଟି ଟିମ୍ ଗଠନ ହୋଇଛି । ପ୍ରତି ଟିମରେ ୫ରୁ ୬ ଜଣ କର୍ମଚାରୀ ଅଛନ୍ତି ।

Get real time updates directly on you device, subscribe now.