ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ ଜରିଆରେ ନିଜର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଏଥିସହ ଏ ଆକ୍ରମଣକାରୀଙ୍କ ବିରୋଧରେ ଯଥା ଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିବା ସହ ଆହତ ଛାତ୍ରଛାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Uttarakhand Govt.

ଉଲ୍ଲେଖଯୋଗ୍ୟ ଯେ, ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଛାତ୍ରାବାସ ଫି ପ୍ରସଙ୍ଗରେ ରବିବାର ସନ୍ଧ୍ୟାରେ ବଡ଼ଧରଣର ହିଂସା ଦେଖିବାକୁ ମିଳିଥିଲା । ସାବରମତୀ ହଷ୍ଟେଲ ସମେତ ଅନେକ କୋଠାରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଆକ୍ରମଣକାରୀମାନେ ଶିକ୍ଷକମାନଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ଏହି ଗଣ୍ଡଗୋଳରେ ଛାତ୍ରସଂଘର ସଭାପତି ଆଇଶ ଘୋଷ ଗୁରୁତର ହୋଇଛନ୍ତି । ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ମୁଖା ପରିଧାନ କରିଥିବାବେଳେ କେତେକ ଯୁବକ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଅନ୍ୟପଟେ ଏବିଭିପି ଅଭିଯୋଗ କରିଛି ଯେ ସେମାନଙ୍କ ସଦସ୍ୟଙ୍କୁ ବାମଦଳ ଅନୁବନ୍ଧିତ ଛାତ୍ର ସଂଗଠନର ସଦସ୍ୟମାନେ ମାଡ ମାରିଛନ୍ତି। ଏଥିରେ ୨୫ଜଣ ଆହତ ହୋଇଛନ୍ତି। ଆହତ ୨୦ ଛାତ୍ରଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବାବେଳେ ୩ଜଣଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟା ୫ଟାରେ ବିଶ୍ବବିଦ୍ୟାଳୟ ପରିସରରେ ଏକ ଶୋଭାଯାତ୍ରା ଚାଲିଥିବାବେଳେ ମୁଖାଧାରୀ କେତେକ ଯୁବକ ସେଠାରେ ପହଞ୍ଚି ମାରପିଟ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ଅନ୍ୟପଟେ ଆକ୍ରମଣ ଭୟରେ କଲେଜ କ୍ୟାମ୍ପସ ଛାଡୁଛନ୍ତି ଜେଏନୟୁ ଛାତ୍ର । ଏଡି ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସର କମିଟି ଗଠନ ହୋଇଥିବା ବେଳେ ତଦନ୍ତ ଦାୟିତ୍ୱରେ ୪ ଇନ୍ସପେକ୍ଟର ଓ ୨ ଏସିପି ରହିଛନ୍ତି ।