fbpx

ଚିଲିକାରେ ପକ୍ଷୀ ଗଣନା

ଚିଲିକା,୫ ।୧(ଓଡିଶା ଭାସ୍କର): ଆଜି ଚିଲିକାରେ ପକ୍ଷୀଗଣନା ଜାରି ରହିଛି । ପକ୍ଷୀ ଗଣନା କାର୍ଯ୍ୟରେ ୨୧ଟି ଦଳ ସାମିଲ ହୋଇଛନ୍ତି । ୫ଟି ରେଞ୍ଜରେ ୧୫୦ ଜଣ ସଦସ୍ୟ ଏଥିରେ ନିୟୋଜିତ ହୋଇଛନ୍ତି ।

ତେବେ ପ୍ରତି ଦଳରେ ୪ରୁ ୬ ଜଣ ଲେଖାଏଁ ଗଣନାକାରୀ, ୨ଜଣ ବିଶେଷଜ୍ଞ ଏବଂ କିଛି ସହଯୋଗୀଙ୍କୁ ସାମିଲ କରାଯାଇଛି। ଏମାନେ ଚିଲିକା ହ୍ରଦ ଅନ୍ତର୍ଗତ ବିଭିନ୍ନ କ୍ଷେତ୍ରରେ ଉପସ୍ଥିତ ପକ୍ଷୀଙ୍କ ମଧ୍ୟରେ ନୂତନ ପକ୍ଷୀ ପ୍ରଜାତି ମଧ୍ୟ ଚିହ୍ନଟ କରିବେ । ତେବେ ଗତବର୍ଷ ୫ଟି ନୂତନ ପକ୍ଷୀ ଚିହ୍ନଟ କରାଯାଇଥିଲା । ଏଗୁଡ଼ିକ ହେଲା ଗ୍ଲସି ଆଇବ୍ଲିସ, କମନ ରୋଜ ପିଞ୍ଚ, ରିଭର ଲାପିଂ, ସାଇବେରିଆନ ରୁବି ଥ୍ରୋଟ ଏବଂ ବ୍ଲୁ ରଫସ।

Get real time updates directly on you device, subscribe now.