fbpx
BSKY
BJD SHG SKY
BJD YOUTH SKY

ଚିଲିକା ବିଧାୟକଙ୍କ ନାଁରେ ଲାଗିଲା ସଙ୍ଗୀନ ଦଫା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଲାଗିଲା ସଙ୍ଗୀନ ଦଫା । ଏସସି/ଏସଟି ଆଇନ ସହିତ ବିଭିନ୍ନ ଅପରାଧିକ ଦଫା ଲାଗିଥିବା ଜଣାପଡିଛି । ତେବେ ଦୀର୍ଘ ୧ ମାସ ଧରି ଫେରାର ଥିବା ବିଧାୟକ ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ବାଲୁଗାଁରେ ବିଜେପି ନେତାଙ୍କୁ ମାଡ଼ ମାରିବା ଦୃଶ୍ୟ ଭାଇରାଲ ହେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯିବା ସହ ଜିଲ୍ଲା ଯୋଜନା ବୋର୍ଡରୁ ମଧ୍ୟ ନିଲମ୍ବିତ କରାଯାଇଥିଲା ।

ତେବେ ମାଡ଼ ମାରିବା ଘଟଣାକୁ ନେଇ ପ୍ରଶାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ସେବେଠାରୁ ବିଧାୟକଙ୍କୁ ଧରିବା ପାଇଁ ପୋଲିସ ସବୁଆଡ଼େ ଚଢ଼ାଉ ଜାରି ରଖିଥିଲା । ଏହି ଘଟଣା ପରଠାରୁ ବିଧାୟକ ପ୍ରଶାନ୍ତ ଫେରାର ହୋଇଥିଲେ । ଏପରିକି ପ୍ରଶାନ୍ତଙ୍କ ଅଗୁଆ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଥିଲା । ଏହା ପୂର୍ବରୁ ବି କିଛି ଆକ୍ସନ ମୋଡକୁ ନେଇ ପ୍ରଶାନ୍ତ ବିବାଦ ଘେରକୁ ଆସିଥିଲେ ।

Get real time updates directly on you device, subscribe now.