ଭାରତର କିଛି ସ୍ଥାନକୁ ନିଜର ବୋଲି ଦାବି କରୁଛି ଚୀନ୍

ଲଦାଖ: ଚୀନ ହଟାନ ପ୍ରଦେଶରେ ଦୁଇଟି ନୂଆ କାଉଣ୍ଟି ଘୋଷଣାକୁ ନେଇ ଆପତ୍ତି ଉଠାଇଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। କାରଣ ଏହି କାଉଣ୍ଟିଗୁଡ଼ିକ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ଭାରତର ଲଦାଖ ମଧ୍ୟ ରହିଛି।

ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରନନ୍ଧୀର ଜୈସୱାଲ କହିଛନ୍ତି ଯେ ଚୀନ୍ ହଟାନ ପ୍ରଦେଶରେ ଦୁଇଟି ନୂତନ କାଉଣ୍ଟି ପ୍ରତିଷ୍ଠା ନେଇ ଘୋଷଣା କରିଛି। କିନ୍ତୁ ଏହାର କିଛି ଅଂଶରେ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ମଧ୍ଯ ଦର୍ଶାଯାଇଛି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଭାରତୀୟ ଅଞ୍ଚଳ ଲଦାଖକୁ ଚୀନର ଏଭଳି ବେଆଇନ ଦଖଲକୁ ଭାରତ କେବେ ଗ୍ରହଣ କରିବ ନାହିଁ।

ସୂଚନାଯୋଗ୍ୟ ଯେ ବେଜିଂ ଏହାର ମାନଚିତ୍ରରେ ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦାବି କରିବା ପ୍ରଥମ ଘଟଣା ନୁହେଁ। ୨୦୧୭ରେ ଚୀନ୍ ଅରୁଣାଚଳ ପ୍ରଦେଶର ୬ଟି ସ୍ଥାନକୁ ନିଜର ଦର୍ଶାଇ ଏକ ତାଲିକା ପ୍ରକାଶ କରିଥିଲା। ୨୦୨୧ ଏବଂ ୨୦୨୩ରେ ମଧ୍ଯ ଭାରତର କିଛି ସ୍ଥାନକୁ ନିଜର ବୋଲି ଦାବି କରିଥିଲା ଚୀନ୍।