fbpx

ଚୀନକୁ ବାୟ ବାୟ ,୧୦୦୦ କମ୍ପାନୀ ଭାରତ ମୁହାଁ

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର):କୋରୋନା ପାଇଁ ଏବେ ସଂକଟରେ ବିଶ୍ୱ। ଆଉ ଏଇଥି ପାଇଁ ସମଗ୍ର ବିଶ୍ୱର ବିକାଶଶୀଳ ରାଷ୍ଟ୍ର ଗୁଡ଼ିକ ଚୀନ ଠାରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ପ୍ରାରମ୍ଭିକ ପର୍ୟ୍ୟାୟରେ ଜାପାନ ଓ ଦକ୍ଷିଣ କୋରିଆ ସେମାନଙ୍କର ଶିଳ୍ପ ଗୁଡ଼ିକ ବନ୍ଦ କରିବା ଆରମ୍ଭ କରିଦେଇଛନ୍ତି। ସେପଟେ ଏହି ରାଷ୍ଟ୍ର ଗୁଡ଼ିକ ଭାରତ ମୁହାଁ ହେଉଥିବା ସୂଚନା ରହିଛି। ଆଉ ସେମାନଙ୍କ ସ୍ୱାଗତ କରିବା ପାଇଁ ମଧ୍ୟ ଭାରତ ପ୍ରସ୍ତୁତି ଆରମ୍ଭ କରିଦେଲାଣି। କରୋନା ପାଇଁ ଚୀନରେ ଥିବା କମ୍ପାନୀ ଗୁଡିକ ବ୍ୟାପକ କ୍ଷତି ସହିଛନ୍ତି ।ଭବିଷ୍ୟତରେ ଆଉ ଚୀନରେ ଫ୍ୟାକ୍ଟ୍ରି ଲଗାଇବା ମୁଡରେ ନାହାନ୍ତି ।ସେଥିପାଇଁ ସେମାନେ ଭାରତ ସରକାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି ।ଯେଉଁଥିରୁ ଅନ୍ୟୁନ ୩୦୦ କମ୍ପାନୀ ଭାରତ ଆସିବା ପକ୍କା । ଯେଉଁଥିରେ ଟେକ୍ସଟାଇଲ,ଇଲେକ୍ଟ୍ରୋନକ୍ସ ,ସିନ୍ଥେଟିକ ଭଳି ଶିଲ୍ପ ରହିଛି । କରୋନା ପାଇଁ ବିଗିଡିଯାଇଥିବା ଭାରତୀୟ ଅର୍ଥନୀତି ପାଇଁ ଏହା ଶୁଭଙ୍କର ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.