fbpx
BSKY
BJD MC SKY
BJD YOUTH SKY

ଚୀନକୁ ୫୦୦୦ କୋଟିର ଝଟକା; କମାଲ କଲା ସ୍ୱଦେଶୀ ରାଖୀ

ନୂଆଦିଲ୍ଲୀ: ସ୍ୱଦେଶୀ ମନୋଭାବ ଯୋଗୁ ଆଜି ରାଖୀ ପୂର୍ଣ୍ଣିମାରେ ଭାରତୀୟ ବ୍ୟବସାୟୀମାନେ ଚୀନକୁ ଶକ୍ତ ଧକ୍କା ଦେଇଛନ୍ତି । ସ୍ୱଦେଶୀ ରାଖୀ ଯୋଗୁ ଚୀନ ୫୦୦୦ କୋଟି ଟଙ୍କାର କ୍ଷତି ସହିଛି । କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଚୀନରୁ ରାଖୀ ନ ଆଣି ସ୍ୱଦେଶୀ ଶୈଳୀ ରାଖୀ ବ୍ୟବସାୟ ଉପରେ ଗୁରୁତ୍ୱ ଦେଇଥିଲେ । ୪୦ ହଜାରରୁ ଅଧିକ ବ୍ୟପାରୀ ବିଭିନ୍ନ ମହିଳା ସଂଗଠନ ଓ ବସ୍ତି ଅଂଚଳରୁ ରାଖୀ ଆଣି ସାରା ଦେଶରେ ବ୍ୟବସାୟ କରିଥିଲେ ।

ଏଥିରେ ଉଭୟ ଉପକୃତ ହେବା ସହ ଦେଶର ପଇସା ଦେଶରେ ରହିଥିଲା । ଖଦି, ସାଙ୍ଗନେରୀ, ଶସ୍ୟ, ଉଲ, ଝୋଟ, ସିଲକ, ଖଜୁର, ମୋତି, ଚା ପତ୍ର, ଷ୍ଟୋନ, ଫୁଲ ଓ ମୈଥୀଳୀ ଇତ୍ୟାଦି କଳାରେ ନିର୍ମିତ ରାଖୀ ବେଶ ଚର୍ଚ୍ଚାରେ ରହିଥିଲା । ଏହା ବେଶ ଆଦୃତ ମଧ୍ୟ ହୋଇଥିଲା ।

Get real time updates directly on you device, subscribe now.