fbpx
BSKY
BJD MC SKY
BJD YOUTH SKY

ବ୍ୟାପିଲା H10N3 ବାର୍ଡ ଫ୍ଲୁ ! ଚୀନର ୪୧ ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ: ବାର୍ଡ ଫ୍ଲୁର H10N3 ଭ୍ୟାରିଏଣ୍ଟରେ ପ୍ରଥମ ଥର ପାଇଁ ସଂକ୍ରମିତ ହୋଇଛି ମଣିଷ । ଆଉ ଏହି ମାମଲା ଆସିଛି ସେହି ବିବାଦୀୟ ଦେଶ ଚୀନର ଝୋନଝିଆଙ୍ଗ ସହରରରୁ । ଏନେଇ ସୂଚନା ଦେଇଛନ୍ତି ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ । ମହାମାରୀ କରୋନାର ଉତ୍ପତ୍ତିସ୍ଥଳ ଚୀନର ଉହାନ ବୋଲି ଅଭିଯୋଗ ହେଉଥିବାବେଳେ ଚୀନରେ ଆଉଏକ ଭାଇରସ୍ ମଣିଷକୁ ସଂକ୍ରମିତ ହେବାନେଇ ସାରା ବିଶ୍ୱରେ ଚର୍ଚ୍ଚା ଓ ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ ଝୋନଝିୟାଙ୍ଗ ସହରର ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଏହି ମାମଲାକୁ ଚୀନର ସ୍ୱାସ୍ଥ୍ୟ କର୍ତ୍ତୁପକ୍ଷ ଗୁରୁତ୍ୱ ଦେଇନାହାନ୍ତି ଏବଂ କହିଛନ୍ତି ଯେ ଏହା କୁକୁଡ଼ାଠାରୁ ମଣିଷକୁ ବ୍ୟାପୁଥିବା ଭାଇରସ । ଏହାଦ୍ୱାରା ମହାମାରୀ ବ୍ୟାପିବାର ଆଶଙ୍କା କମ୍ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ବିବୃତି ଜାରି କରିଛି ଯେ ଗତ ୨୮ ତାରିଖ ଐ୧୦ଘ୩ ଭାଇରସରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ । ତେବେ ଏହା କିପରି ବ୍ୟାପିଛି ସେନେଇ କିଛି ସୂଚନା ଦେଇନାହିଁ ବିଭାଗ । କିନ୍ତୁ ସ୍ପଷ୍ଟ କରିଛି ଯେ ଏହା ପୂର୍ବରୁ ବିଶ୍ୱରେ କେହିବି H10N3 ରେ ଆକ୍ରାନ୍ତ ହୋଇନାହାନ୍ତି ।

ସୂଚନା ଅନୁଯାୟୀ ସ୍ଥାନୀୟ ଅଧିକାରୀମାନେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସିଂ କରିଛନ୍ତି ଏବଂ ସେମାନଙ୍କୁ ଅନୁଧ୍ୟାନରେ ରଖାଯାଇଛି । ଏହା ସହ ବ୍ୟାପିଥିବା ଅଞ୍ଚଳରେ ଲୋକଙ୍କୁ ଅସୁସ୍ଥ କିମ୍ବା ମଲା କୁକୁଡ଼ାଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

Get real time updates directly on you device, subscribe now.