fbpx

କରୋନାକୁ ନେଇ ୧୩ ବର୍ଷ ପୂର୍ବେ ବୈଜ୍ଞାନିକଙ୍କ ଚେତାବନୀ: କହିଥିଲେ – ବିଶ୍ୱ ପାଇଁ ଚୀନ୍ ପାଖରେ ରହିଛି ‘ଟାଇମ୍ ବମ୍’

ସୁରକ୍ଷାକୁ ନେଇ ଦିଆଯାଇଥିବା ଅନେକ ଚେତାବନୀକୁ ଲୋକମାନେ ଫୁ କରି ଉଡାଇଦିଅନ୍ତି । କିନ୍ତୁ ସେପରି କିଛି ଘଟିବା ପରେ ସମସ୍ତଙ୍କ ମୁଣ୍ଡରେ ଚେତା ପଶିଥାଏ ଓ ସେହି ଘଟଣା ଉପରକୁ ସମସ୍ତଙ୍କ ନଜର ଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କରୋନା ଭାଇରସକୁ ନେଇ ମଧ୍ୟ ଏପରି କିଛି ଘଟିଯାଇଛି । ଦ ଅଟଲାଣ୍ଟିକର ରିପୋର୍ଟ ମୁତାବକ, କ୍ଲିନିକାଲ ମାଇକ୍ରୋବାୟୋଲୋଜି ରିଭ୍ୟୁଜରେ ଅକ୍ଟୋବରରେ ବୈଜ୍ଞାନିକମାନେ କରୋନା ଭାଇରସକୁ ନେଇ ଚେତାବନୀ ଦେଇଥିଲେ । ସେହି ସମୟରେ ବୈଜ୍ଞାନିକମାନେ କହିଥିଲେ ଯେ, ଚୀନ୍ ପାଖରେ ଏକ ‘ଟାଇମ୍ ବମ୍’ ରହିଛି ।

ସେହି ରିଭ୍ୟୁଜରେ ଆଜିଠାରୁ ୧୩ ବର୍ଷ ପୂବେ ଏହା ମଧ୍ୟ ପ୍ରକାଶିତ ଥିଲା ଯେ, ‘ଏକ ସ୍ୱତନ୍ତ୍ର ପ୍ରକାରର ବାଦୁଡିରେ SARS-CoV ଭଳି ଭାଇରସ୍ ଅଧିକ ପରିମାଣରେ ରହିଛି । ଦଣିଣ ଚୀନରେ ଏହି ବାଦୁଡିକୁ ଖାଇବାର ପରମ୍ପରା ରହିଛି । ସେଥିପାଇଁ ତାହାକୁ ଏକ ଟାଇମ୍ ବମ୍ କୁହାଯାଇଛି ।’

ତେବେ ବୈଜ୍ଞାନିକମାନେ SARS-CoV ଭଳି ଭାଇରସକୁ ଟାଇମ ବମ୍ କହିବାର ୫ ବର୍ଷ ପରେ ହିଁ ଏହାକୁ ନେି ହଇଚଇ ସୃଷ୍ଟି ହୋଇଥିଲା । ୨୦୦୨ରେ ସାର୍ସ ଭାଇରସରୁ ବି ମହାମାରୀ ବ୍ୟାପୁଛି ବୋଲି ରିପୋର୍ଟ ସାମନାକୁ ଆସିଥିଲା । ସେହି ମହାମାରୀ ସମୟରେ ବିଶ୍ୱରେ ପ୍ରାୟ ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସମୟରେ ବ୍ୟାପିଥିବା କରୋନା SARS-CoV-2 ଭାଇରସ୍ କାରଣରୁ ଅଧିକ ତୀବ୍ର ହେବାରେ ଲାଗିଛି । ୨୦୦୮ରେ ଏନେଇ କ୍ଲିନିକାଲ ମାଇକ୍ରୋବାୟୋଲୋଜି ରିଭ୍ୟୁଜ୍ ଚେତାବନୀ ଦେବା ପରେ ଅନେକ ବୈଜ୍ଞାନିମାନେ ଏନେଇ ବିଶ୍ୱକୁ ସତର୍କ କରିବାକୁ ପ୍ରୟାସ କରିଥିଲେ । ଏପରିକି ଆମେରିକାର ଆମେରିକାର ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆର ଭାଇରୋଲୋଜିଷ୍ଟ ମାଇକେଲ ବୁଚମିର ୧୯୮୦ରୁ କରୋନା ଭାଇରସ୍ ଫ୍ୟାମିଲି ଉପରେ ଅନୁସନ୍ଧାନ କରୁଥିଲେ, କିନ୍ତୁ ଟଙ୍କାର ଅଭାବ ଥିବାରୁ ପ୍ରୋଜେକ୍ଟକୁ ଅଧାରୁ ବନ୍ଦ କରିଥିଲେ ।

Get real time updates directly on you device, subscribe now.