fbpx

ରାଜ୍ୟରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେଉଁ ବସ୍ ପିଛା କେତେ

ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ତୈଳଦର ବୃଦ୍ଧି ହେବା ପରେ ରାଜ୍ୟରେ ଘରୋଇ ବସର ଭଡ଼ା ବଢ଼ିଛି । ସାଧାରଣ ବସ୍ ଭଡ଼ା ୩ ପଇସା ଲେଖାଏଁ ବଢ଼ି କିଲୋମିଟର ପିଛା ୭୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୩ ପଇସା ବଢ଼ି କିଲୋମିଟର ପିଛା ୭୩ ପଇସା ହୋଇଛି । ଡିଲକ୍ସ ବସ୍ ଭଡ଼ା ୬ପଇସା ବଢ଼ି ୧ଟଙ୍କା ୧ପଇସା ହୋଇଛି । ଏସି ଡିଲକ୍ସ ବସରେ ୬ ପଇସା ବଢ଼ି କିଲୋମିଟର ପିଛା ୧ଟଙ୍କା ୨୩ ପଇସା ହୋଇଛି । । ଶେଷଥର ପାଇଁ ମାର୍ଚ୍ଚ ୨୧ରେ ବସ୍ ଭଡ଼ା ବଢ଼ିଥିଲା । ତେଲ ଦର ବୃଦ୍ଧି ପରେ ଭଡ଼ା ବଢ଼ିଥିବା ନେଇ ବସ୍ ମାଲିକ ସଙ୍ଘ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.