fbpx

ଭାରତ-ଚୀନ୍ ସୀମାରେ ଉତ୍ତେଜନା: ୩ ଯବାନ ସହିଦ

ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ଯବାନ୍ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଭାରତର ଜଣେ ଅଦିକାରୀ ଓ ୨ ଯବାନ ସହିଦ ହୋଇଛନ୍ତି ।

ତେବେ ଭାରତୀୟ ସେନା ଦ୍ୱାରା ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ସୋମବାର ରାତିରେ ଗାଲୱାନ ଉପତ୍ୟାକାରେ ଡି-ଏସ୍କାଲେସନ ପ୍ରକ୍ରିୟା ସମୟରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସମୟରେ ଭାରତୀୟ ସେନାର ଜଣେ ଅଧିକାରୀ ଓ ଦୁଇ ଯବାନ ସହିଦ ହୋଇଥିଲେ । ୧୯୬୨ ପରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ଏପରି ସଂଘର୍ଷ ହୋଇଥିଲା । ଚୀନ ସେନାକୁ ପଛକୁ ହଟାଇବା ବେଳେ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ସମୟରେ ମାମଲାକୁ ଶାନ୍ତ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ଜାରି ହୋଇଛି ।

Get real time updates directly on you device, subscribe now.