fbpx

ଭାରତ ସୀମା ଭିତରେ ଚୀନର ନୂତନ ଗାଁ, ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍

Advertisement

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ବିବାଦୀୟ ସୀମାରେ ଚୀନ୍ ଏକ ନୂତନ ଗାଁ ତିଆରି କରିଛି । ଏନେଇ ସାଟେଲାଇଟ୍ ରୁ ଦେଖିବାକୁ ମିଳିଛି । ପଡୋଶୀ ଦେଶ ଚୀନ, ଅରୁଣାଚଳ ପ୍ରଦେଶରେ ଏକ ଏନକ୍ଲେଭ୍ ତିଆରି କରିଛି । ଯେଉଁଠାରେ ପାଖାପାଖି ୬୦ଟି ଘର ରହିଥିବା ଦେଖିବାକୁ ମିଳିଛି । ସାଟେଲାଇଟ୍ ଇମେଜ୍ ଅନୁସାରେ, ୨୦୧୯ ମସିହାରେ ଏହି ସ୍ଥାନରେ କୌଣସି ବି ଘର ନଥିଲା । ହେଲେ ଏକ ବର୍ଷ ପରେ ଏହା ଦେଖିବାକୁ ମିଳିଛି । ଅରୁଣାଚଳ ପ୍ରଦେଶର ଶି-ୟୋମି ଜିଲ୍ଲାରେ ନିର୍ମିତ ଚାଇନାର ଏହି ଏନକ୍ଲେଭ ମାର୍ଚ୍ଚ ୨୦୧୯ ରୁ ଫେବୃଆରୀ ୨୦୨୧ ମଧ୍ୟରେ ନିର୍ମିତ ହୋଇଛି । ମିଡିଆ ରିପୋର୍ଟ ମୁତାବକ, ଜାନୁଆରୀ ମାସରେ ଅରୁଣାଚଳ ପ୍ରଦେଶର ଯେଉଁ ଅଞ୍ଚଳକୁ କବଜା କରାଯାଇଥିବା ଖବର ମିଳିଥିଲା ଓ ପେଣ୍ଟାଗନ ରିପୋର୍ଟରେ ମଧ୍ୟ ଏହା ଉଲ୍ଲେଖ କରାଯାଇଥିଲା, ସେହି ଅଞ୍ଚଳ ନୂତନ ଏନକ୍ଲେଭରୁ ୯୩ କିମି ପୂର୍ବରେ ଅବସ୍ଥିତ ।

ତେବେ ଭାରତ କେବେ ବି ନିଜ ଅଞ୍ଚଳ ଉପରେ ବେଆଇନ୍ ଭାବରେ ଅକ୍ତିଆର କରିବା ସପକ୍ଷରେ ନାହିଁ । ଅନ୍ୟପଟେ ଚୀନର ଏହି ପରି ଭାବରେ ଅତର୍କିତ୍ ଦାବିକୁ ମଧ୍ୟ ଭାରତ ସ୍ୱୀକାର କରେ ନାହିଁ । ସୂଚନା ଯେ, ଏହି ନୂଆ ଏନକ୍ଲେଭ୍, ଭାରତ ସୀମାର ପାଖାପାଖି ୬ କିମି ଭିତରକୁ ରହିଛି । ଆଉ ଏହା ଏଲଏସି ଓ ଅନ୍ତରାଷ୍ଟ୍ରୀୟ ସୀମା ମଧ୍ୟରେ ରହିଛି । ଭାରତ ଏହି ଅଞ୍ଚଳକୁ ସବୁବେଳେ ନିଜ ଅଞ୍ଚଳ ଭାବରେ ଦାବି କରିଆସୁଛି । ତେବେ ଫଟୋରେ ଏହା ଜଣାପଡ଼ିନାହିଁ ଯେ, ଏହି ଏନକ୍ଲେଭ୍ ରେ ଲୋକମାନେ ବସବାସ କରୁଛନ୍ତି କି ନାହିଁ ।

ସୂଚନାଯୋଗ୍ୟ, ଏହା ହେଉଛି ଦ୍ୱି୍ୀୟ ଗାଁ । ଏହା ପୂର୍ବରୁ ମଧ୍ୟ ଚୀନ ଭାରତର ଆଉ ଅଞ୍ଚଳରେ ଏହିପରି ଭାବରେ କବଜା କରି ଗାଁ ନିର୍ମାଣ କରିଛି । ଗତବର୍ଷ ସୁବନସିରୀ ଜିଲ୍ଲାରେ ଚୁ ନଦୀ କୁଳରେ ୧୦୦ ଘର ବିଶିଷ୍ଟ ଏକ ଗାଁ ବସାଇଥିଲା ଚୀନ । ଆଉ ଏବେ ଅରୁଣାଞ୍ଚଳ ପ୍ରଦେଶର ଏହି ଗାଁ ୯୩ ଘର ବିଶିଷ୍ଟ ରହିଛି । ତେବେ ସାଟେଲାଇଟ୍ ଇମେଜ୍ ରେ ଦେଖିବାକୁ ମିଳିଛି ଯେ, ୯୩ ଘର ବିଶିଷ୍ଟ ଏହି ଗାଁରେ କିଛି ଘରର ଛାତରେ ଚୀନର ପତାକା ପେଣ୍ଟ୍ କରାଯାଇଛି । ଆଉ ଏହି ପେଣ୍ଟିଂର ଆକାର ଏତେ ବଡ଼ ଯେ, ସାଟେଲାଇଟ୍ ଇମେଜ ରେ ଏହା ଦୃଶ୍ୟମାନ ହେଉଛି ।

Get real time updates directly on you device, subscribe now.