fbpx
BJD
BJD SKY
BJD SKY

ଆଉ କିଛି ସମୟପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶକୁ ତିନିଦିନିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବେ । ଆଜି ସକାଳ ୯ଟା ସମୟରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଗୁରୁ ନାନକ ପ୍ରକାଶ ପର୍ବ ଅବସରରେ ପିଏମ୍ ମୋଦୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କାର୍ୟ୍ୟାଳୟ ପକ୍ଷରୁ କରାଯାଇଥିବା ଟୁଇଟ୍ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପିର ମହୋବାଠାରେ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବାକୁ ଯାଉଛନ୍ତି । ଏହା ପରେ, ସନ୍ଧ୍ୟାରେ ସେ ଝାନସୀରେ ଥିବା ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବରେ ସାମିଲ ହେବେ । କିନ୍ତୁ ସର୍ବପ୍ରଥମେ ସେ ସକାଳ ୯ଟା ବେଳେ ଦେଶକୁ ସମ୍ବୋଧନ କରିବାକୁ ଯାଉଛନ୍ତି ।

Get real time updates directly on you device, subscribe now.