fbpx

ଚୀନର ମାୟାଜାଲରେ ପାକିସ୍ତାନ, ଆଗାମୀ ୪ ବର୍ଷ ମଧ୍ୟରେ ହୋଇପାରେ ବର୍ବାଦ, ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ ଅଧିକାଂଶ ସମୟରେ ଏକତ୍ରିତ ହୋଇ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥାନ୍ତି । ମାତ୍ର ଏନେଇ ଏକ ନୂଆ ରିପୋର୍ଟ ସାମନାକୁ ଆସିଛି । ଚୀନ ଆସନ୍ତା କିଛି ବର୍ଷ ମଧ୍ୟରେ ପାକିସ୍ତାନକୁ ନିଜର ଗୁଲାମ ବନାଇବା ପ୍ରୟାସରେ ରହିଛି । ୨୦୨୫ ମସିହା ସୁଦ୍ଧା ପାକିସ୍ତାନରେ ପ୍ରାୟ ୫୦ ଲକ୍ଷ ଚୀନ ନାଗରିକଙ୍କୁ ଦେଖିବାକୁ ମିଳିବ । ବର୍ତ୍ତମାନ ଚୀନ-ପାକିସ୍ତାନ ଇକୋନୋମିକ କରିଡର (ସିପିଇସି)ରେ ଅଧିକାଂଶ ଚୀନ ଶ୍ରମିକ କାର୍ଯ୍ୟ କରୁଥିବାରୁ ଭବିଷ୍ୟତରେ ଏହାର ପରିଣାମ ପାକିସ୍ତାନ ଭୋଗିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ଏନେଇ ଜଣେ ପାକିସ୍ତାନ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଚୀନ ନାଗରିକଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ ପାଇଁ ସିପିଇସି ଅଧୀନରେ ପାକିସ୍ତାନୀ ଓ ଚୀନୀ ଚିକିତ୍ସା ୟୁନିଭରସିଟି, ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଓ ବାୟୋ ଟେକ୍ନୋଲୋଜିକାଲ ଫାର୍ମା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ଚଳିତ ମାସରେ ଇସଲାମାବାଦରେ ୧୧ତମ ବାର୍ଷିକ ସାର୍ବଜନିକ ସ୍ୱାସ୍ଥ୍ୟ ସମ୍ମେଳନ ଅବସରରେ ପାକିସ୍ତାନ ଓ ଚୀନ ଇନଷ୍ଟିଚ୍ୟୁଟ ମଧ୍ୟରେ ଏମଓୟୁ ହସ୍ତାକ୍ଷର ହେବ ବୋଲି ସ୍ୱାସ୍ଥ୍ୟ ସେବା ଆକାମେଡିର କୁଳପତି ଡା. ଶହଜାତ ଅଲ୍ଲୀ ଖାଦ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ପାକିସ୍ତାନୀ ବିଶେଷଜ୍ଞଙ୍କୁ ଆଧୁନିକ ଚିକିତ୍ସା ପ୍ରଣାଳୀ ସହ ପାରମ୍ପରିକ ମେଡିସିନ ଉପରେ ଟ୍ରେଣ୍ଡ କରିବାକୁ ଚାହୁଁଛି । ଚୀନର ପାରମ୍ପରିକ ଔଷଧକୁ ସେ ଦେଶର ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି । ଏହି ଚିକିତ୍ସା କେବଳ ଚୀନ ଲୋକଙ୍କୁ ସହାୟତା ପ୍ରଦାନ କରିବ ନାହିଁ, ପାକିସ୍ତାନ ଲୋକ ମଧ୍ୟ ଏହାର ଲାଭ ଉଠାଇ ପାରିବେ । ବିଗତ କିଛି ବର୍ଷ ମଧ୍ୟରେ ଚୀନ-ପାକ୍ ଖୁବ୍ ନିକଟତର ହୋଇଥିବା ସେ କହିଛନ୍ତି । ତେବେ ଉପରୋକ୍ତ ସମସ୍ତ କାର୍ଯ୍ୟକୁ ତର୍ଜମା କଲେ ତାହା ଡ୍ରାଗନର ଷଡ଼ଯନ୍ତ୍ର ଯେ ହୋଇନଥିବ, ସେକଥା କହି ହେବ ନାହିଁ । ଆଗାମୀ କିଛି ବର୍ଷ ମଧ୍ୟରେ ଡ୍ରାଗନ ପାକକୁ ତଳିତଳାନ୍ତ କରିବା ପ୍ରୟାସ ରହିଛି, ଏହା ସାଂପ୍ରତିକ ପରିସ୍ଥିତିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ।

Get real time updates directly on you device, subscribe now.