fbpx

‘ନର୍କର ଗର୍ତ୍ତ’ରେ ପ୍ରଥମଥର ପାଇଁ ବୈଜ୍ଞାନିକଙ୍କ ପ୍ରବେଶ, ଖୋଲିଗଲା ଭୂତ-ପିଶାଚର ରହସ୍ୟ

ୟେମେନର ମରୂଭୂମିରେ ଏପରି ଏକ କୂଅ ଅଛି, ଯାହାକି ଦୀର୍ଘ ସମୟ ଧରି ରହସ୍ୟ ଘେରରେ ରହିଛି । ୟେମେନରେ ବରହୁତରେ ଥିବା ଏହି କୂଅକୁ ‘ନର୍କର ରାସ୍ତା’ ବୋଲି କୁହାଯାଏ । ଏହି ରହସ୍ୟମୟ ଗର୍ତ୍ତରେ କ’ଣ ରହିଛି ଜାଣିବା ପାଇଁ ୟେମେନର ୮ ଜଣିଆ ଟିମ ଗାତରେ ପଶିଥିଲେ ।

କୁହାଯାଉଥିଲା କି, ସେଠାରେ ସୈତାନମାନଙ୍କୁ ବନ୍ଦୀ ଭାବେ ରଖାଯାଏ । ସେଠାରେ ଜିନ୍ ଓ ଭୂତମାନେ ରହିଥାନ୍ତି । ସ୍ଥାନୀୟ ଲୋକମାନେ ଏହା ବିଷୟରେ କହିବାକୁ ମଧ୍ୟ ଭୟ ପ୍ରକାଶ କରନ୍ତି । କିନ୍ତୁ ଗର୍ତ୍ତ ଭିତରୁ ସେପରି କିଛି ଅଲୌକିକ ଜିନିଷ ମିଳିନାହିଁ । ବୈଜ୍ଞାନିକମାନଙ୍କୁ ବହୁ ସଂଖ୍ୟାରେ ସାପ ଓ ମୋତି ମିଳିଛି ।

ଏହି ଗର୍ତ୍ତ ୩୦ ମିଟର ଚଉଡା ଓ ୧୦୦-୨୫୦ ମିଟର ଗଭୀର । ଏହି ବିଶାଳକାୟ ଗର୍ତ୍ତରେ କ’ଣ ରହିଛି ବୋଲି ଏଠାକାର ଅଧିକାରୀ ଜାଣିବାକୁ ଚାହୁଁଥିଲେ । ଓସିଇଟି ଟିମ୍ ଏହି ଗର୍ତ୍ତର ତଳକୁ ଯାଇଥିଲେ ଓ ସେଠାରେ ବହୁସଂଖ୍ୟାରେ ସାପ ଦେଖିବାକୁ ପାଇଥିଲେ । ଏହା ବ୍ୟତୀତ କିଛି ମରିଥିବା ଜୀବଜନ୍ତୁ ଓ ଗୁମ୍ପାର ମୋତି ବି ସେଠାରୁ ମିଳିଛି ।

Get real time updates directly on you device, subscribe now.