fbpx
BJD
BJD SKY
BJD SKY

ସାହାଯ୍ୟ ନାମରେ ପୁଣି ଚୂନ ଲଗାଇଲା ଚୀନ୍: କାନାଡାକୁ ପଠାଇଲା ୬୦ ହଜାର ନକଲି ମାସ୍କ

BJD

ସାରା ବିଶ୍ୱରେ କରୋନା ଭାଇରସ୍ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ବ୍ୟବହୃତ ଉପକରଣ ପାଇଁ ଅନେକ ଦେଶ ସଂର୍ଘଷ କରୁଛି । ମେଡିକାଲ ଉପକରଣର ବହୁତ ଅଭାବ ରହିଛି । ଏହାରି ମଧ୍ୟରେ ଚୀନ୍ ବହୁ ଦେଶକୁ ମାସ୍କ ଯୋଗାଇବାକୁ ସାହାଯ୍ୟର ହାତ ବଢାଇଛି । କିନ୍ତୁ ଖବର ଆସୁଛି ଯେ, ଚୀନରୁ କାନାଡା ପଠାଯାଇଥିବା ୬୦ ହଜାର ମାସ୍କରୁ ଅଧିକାଂଶ ଖରାପ ହୋଇଯାଇଛି । ଖରାପ ମାସ୍କ ଯୋଗୁଁ କାନାଡକୁ ବହୁ ସମସ୍ୟାର ସାମନା କରିବାକୁ ପଡୁଛି । ଖରାପ ମାସ୍କ ଯୋଗୁଁ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ କରୋନା ସଂସ୍ପର୍ଶରେ ଆସି ନାହାନ୍ତି ବୋଲି କାନାଡା ସରକାର ସନ୍ଦେହ କରୁଛନ୍ତିି ।

କାନାଡା ପରି ସ୍ପେନ୍, ନେଦରଲ୍ୟାଣ୍ଡ, ଚେକ୍ ରିପବ୍ଲିକ୍, ତୁର୍କୀ ଭଳି ଦେଶକୁ ମଧ୍ୟ ଖରାପ ମାସ୍କ ଦେଇଛି ଚୀନ୍ । ପୂର୍ବରୁ ଚୀନ୍ ଅନ୍ତଃବସ୍ତ୍ରରୁ ମାସ୍କ ପ୍ରସ୍ତୁତ କରି ପାକିସ୍ତାନକୁ ପଠାଇଥିଲା, ଯାହାକି ମେଡିକାଲ ପଠାଯିବା ପରେ ଜଣାପଡିଥିଲା ।

Get real time updates directly on you device, subscribe now.