fbpx
BSKY
BJD MC SKY
BJD YOUTH SKY

ଏସବିଆଇ ସଞ୍ଚୟ ଆକାଉଣ୍ଟରେ ସୁଧ ହାରକୁ  0.୨୫ ପ୍ରତିଶତ ହ୍ରାସ କରିଛି, ଏହି ତାରିଖରୁ ହେବ କାର୍ଯ୍ୟକାରୀ ।

ଭୁବନେଶ୍ୱର, ୯ I୪ (ଓଡ଼ିଶା ଭାସ୍କର): ଏପ୍ରିଲ ୧୫ ରୁ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ହାରକୁ 0.୨୫ ପ୍ରତିଶତ ହ୍ରାସ କରିବାକୁ ଯାଉଛି, ଯାହା ପରେ ବର୍ତ୍ତମାନ ତିନି ପ୍ରତିଶତ ହାରରେ ସେଭିଂ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ଦିଆଯିବ |
ବ୍ୟାଙ୍କ କହିଛି ଯେ ଲିକ୍ୟୁଡିଟି ର ସନ୍ତୁଳନ ବଜାୟ ରଖିବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ଗତ ଏକ ମାସ ମଧ୍ୟରେ ଏସବିଆଇ ଦ୍ୱିତୀୟ ଥର ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ଜମା ଉପରେ ସୁଧ ହାର ହ୍ରାସ କରିଥିବାବେଳେ ମାର୍ଚ୍ଚ ୧୧ ରେ ବ୍ୟାଙ୍କ ସଞ୍ଚୟ ଆକାଉଣ୍ଟରେ ସୁଧକୁ ତିନି ପ୍ରତିଶତକୁ ହ୍ରାସ କରିଛି।ଏହାପୂର୍ବରୁ ମାର୍ଚ୍ଚରେ ଏସବିଆଇ ସର୍ବନିମ୍ନ ବାଲାନ୍ସ ଆକାଉଣ୍ଟ ନ ରଖିବା ଉପରେ ଆଦାୟ ହୋଇଥିବା ସମସ୍ତ ଚାର୍ଜକୁ ରଦ୍ଦ କରି ଦେଇଥିଲା। ବ୍ୟାଙ୍କରେ ପ୍ରାୟ ୪୪. ୫ କୋଟି ସଞ୍ଚୟ ଆକାଉଣ୍ଟ ଅଛି ବୋଲି ବ୍ୟାଙ୍କ ସୂଚନା ଦେଇଛି।

Get real time updates directly on you device, subscribe now.