fbpx

ବଡ ସନ୍ଧାନ: ଅଣ୍ଡା ସହ ଛୁଆ ବି ଜନ୍ମ କରିପାରେ ଏହି ଝିଟିପିଟି

ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏକ ଭିନ୍ନ ପ୍ରଜାତିର ଝିଟିପିଟିର ସନ୍ଧାନ କରିଛନ୍ତି । ଏହି ଅଜବ ପ୍ରଜାତି ଝିଟିପିଟିର ଏକା ସାଙ୍ଗରେ ଅଣ୍ଡା ଦେବା ସହ ପିଲାମାନଙ୍କୁ ଜନ୍ମ ଦେବାର ସକ୍ଷମ ରହିଛି । ଏପରି ଘଟଣା ପୂର୍ବରୁ କେବେ ବି ଘଟିନଥିଲା ।

ଏହି ସନ୍ଧାନ ସିଡନୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କରିଛନ୍ତି । ଏହି ବୈଜ୍ଞାନିକମାନେ ବହୁ ବର୍ଷ ଧରି ୩ ଗୋଡିଆ ଝିଟିପିଟି ଉପରେ ଅଧ୍ୟୟନ କରିଥିଲେ । ଏହି ଅଦ୍ଭୁତ ଝିଟିପିଟି ଆନୁଷ୍ଠାନିକ ଭାବେ ସାଇଫୋସ୍ ଇକ୍ୱାଲିସ୍ ଭାବରେ ଜଣାଶୁଣା । ସାପ ପରି ଦେଖିବାକୁ ଏହି ଝିଟିପିଟିର ୪ଟି ଗୋଡ ମଧ୍ୟ ରହିଛି ।

ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଝିଟିପିଟି ବିମୋଡଲ ପ୍ରଜନନ କରିବାରେ ସକ୍ଷମ, ଯାହାର ଅର୍ଥ ସେ ଅଣ୍ଡା ଦେଇପାରିବ ଓ ଛୁଆ ବି ଜନ୍ମ କରିପାରିବ । ବହୁ ବର୍ଷ ପୂବେ କୁହାଯାଉଥିଲା ଯେ ୧୫୦ ପ୍ରାଣୀ ଅଛନ୍ତି, ଯେଉଁମାନେ ପୂର୍ବରୁ ଅଣ୍ଡା ଦେଉଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଛୁଆ ଜନ୍ମ କରୁଛନ୍ତି ।

Get real time updates directly on you device, subscribe now.