fbpx
BSKY
BJD MC SKY
BJD YOUTH SKY

କରୋନା ଭାଇରସ୍: ଭାରତରେ ବଢ଼ୁଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୯ I୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୫ହଜାର ଟପିଛି । ୫୭୩୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୭୨ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୫୦୯୫ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ଘଣ୍ଟାରେ ୫୪୦ ନୂଆ ମାମଲା ଆସିଥିବା ବେଳେ ୧୭ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୮୮ହଜାର ୪୫୫ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଲକ୍ଷ ୧୭ହଜାର ୯୬୦ ଅଛନ୍ତି । ସୁସ୍ଥ ହୋଇ ୩ଲକ୍ଷ ୩୦ହଜାର ଘରକୁ ଫେରିଛନ୍ତି । ଆମେରିକାରେ ଗୋଟିଏ ଦିନରେ ୧୯୪୦ ଲୋକଙ୍କ , ସ୍ପେନ୍‌ରେ ୭୪୭, ଇଟାଲିରେ ୫୪୨ ଓ ଜର୍ମାନିରେ ୩୩୩ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.