fbpx
BSKY SKY
BSKY SKY

ସମ୍ମୁଖ ଯୁଦ୍ଧରେ ଭାରତକୁ ହରାଇ ପାରିଲାନି ଚୀନ: ଭାରତବର୍ଷର ବିଦ୍ୟୁତ ସପ୍ଲାଇକୁ ଧ୍ୱଂସ କରିବାକୁ ଚୀନ ସେନା ପ୍ରସ୍ତୁତ କରିଛି TAG-38, ଜାଣନ୍ତୁ ଏହା କ’ଣ

BSKY

ନୂଆଦିଲ୍ଲୀ: ଥରେ ଭାବନ୍ତୁ ଆପଣ ସକାଳୁ ଉଠିବା ପରେ ଯଦି ବିଦ୍ୟୁତ ନଥିବା କ’ଣ ହେବ? କେବଳ ଆପଣଙ୍କର ନୁହେଁ ସାରା ଦେଶ ସଙ୍କଟଜନକ ସ୍ଥିତିକୁ ଚାଲିଯିବ । ଏଭଳି ସ୍ଥିତିରେ ଆପଣଙ୍କର ସମସ୍ତ କାମ ଠପ୍ ହୋଇଯିବ, ହସ୍ପିଟାଲ, ଏଟିଏମ୍, ବ୍ୟାଙ୍କ, ଡିଜିଟାଲ ଟ୍ରାଞ୍ଜାକସନ ସବୁ ବ୍ୟାହତ ହୋଇଯିବ । ଏହାଦ୍ୱାରା ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ବର୍ତ୍ତମାନର ଯୁଦ୍ଧ ସୈନ୍ୟ ଆଉ ଗୋଳାବାରୁଦା ଦ୍ୱାରା ନୁହେଁ ବରଂ ସାଇବର ମାଧ୍ୟମରେ ଲଢ଼ାଯିବ । ଗଲୱାନ ସଂଘର୍ଷ ପରଠାରୁ ଭାରତ ବିରୋଧରେ ଏଭଳି ଏକ ଭୟଙ୍କର ଷଡ଼ଯନ୍ତ୍ର ଚଳାଇଛି ପଡ଼ୋଶୀ ଶତ୍ରୁରାଷ୍ଟ୍ର ଚୀନ ।

ନିକଟରେ ଚୀନ ଉତ୍ତର ଭାରତର ପାୱର ଗ୍ରୀଡସ ଓ ପାୱର ସପ୍ଲାଇ ସେଣ୍ଟରକୁ ହ୍ୟାକ୍ କରିବାକୁ ଖତରନାକ ପ୍ରୟାସ କରିଥିଲା । ମାତ୍ର ସେଥିରେ ସେ ସଫଳ ହୋଇନଥିଲା । ଯଦି ଉତ୍ତର ଭାରତକୁ କିଛି ସେକେଣ୍ଡ, ମିନିଟ୍, ଘଣ୍ଟା ପାଇଁ ଅନ୍ଧକାର କରିବାରେ ଚୀନ ହ୍ୟାକର୍ସମାନେ ସଫଳ ହୋଇଥାନ୍ତେ, ଭାରତର ଅବସ୍ଥା କ’ଣ ହୋଇଥାନ୍ତା? ଯଦି କୌଣସି ହ୍ୟାକର ଆମ ଦେଶର ବିଜୁଳି ସପ୍ଲାଇକୁ ହ୍ୟାକ କରିନିଏ ତେବେ ଦେଶରେ ବ୍ଲାକ୍ ଆଉଟ୍ ସ୍ଥିତି ଉପୁଯିବ ।

ଭାରତକୁ ସମ୍ମୁଖ ଯୁଦ୍ଧରେ କେବେ ବି ପରାସ୍ତ କରିପାରିବ ନାହିଁ ବୋଲି ଚୀନ ହୃଦବୋଧ କରିପାରିଛି । ତେଣୁ ସାଇବର ଆଟାକ କରି ପାୱର ଗ୍ରୀଡକୁ ଫେଲ କରିବା ପାଇଁ ଭାଇରସ୍ ଛାଡ଼ିବାକୁ ଚକ୍ରାନ୍ତ କରୁଛି ଚୀନ । କୁହାଯାଉଛି ଯେ ଚୀନ ସେନା ପାଇଁ କାମ କରୁଥିବା ଥ୍ରେଟ ଆକ୍ଟିଭିଟି ଗ୍ରୁପ ୩୮ (ଟ୍ୟାଗ-୩୮) ମାର୍ଚ୍ଚ ମାସ ୧୫ ତାରିଖରେ ଭାରତ ଉପରେ ସାଇବର ଆଟାକ୍ କରିଥିଲା । ଏହାଛଡ଼ା ଚୀନ ଭାରତର ବିଜୁଳି କେନ୍ଦ୍ରକୁ ଟାର୍ଗେଟ୍ କରି ସମସ୍ତ ଡାଟା ସଂଗ୍ରହ କରି ଅନ୍ୟ ଦେଶକୁ ପଠାଉଥିବା ଜଣାପଡ଼ିଛି । ଭାରତରେ ପ୍ରତି ୧୦ ମିନିଟରେ ଗୋଟିଏ ସାଇବର ଆଟାକ ହୋଇଥାଏ ଓ ୭୫ ପ୍ରତିଶତ କ୍ଷେତ୍ରରେ ବିଦେଶୀଙ୍କ ହାତ ଥାଏ ।

ତେବେ ଭାରତର ଅଭିଯୋଗକୁ ଚୀନ ଖଣ୍ଡନ କରିଥିଲେ ହେଁ ଭବିଷ୍ୟତ ପାଇଁ ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ । ଅତୀତରେ ୨୦୧୫ରେ ରୁଷ ୟୁକ୍ରେନରେ ତିନି ଘଣ୍ଟା ପାଇଁ ବ୍ଲାକ ଆଉଟ୍ କରିଥିଲା, ଯେଉଁଥିରେ କି ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ସେହିପରି ୨୦୧୯ରେ ଭେନେଜୁଏଲାରେ ୫ ଦିନ ପାଇଁ ବ୍ଲାକ୍ ଆଉଟ୍ ହୋଇଥିଲା । ତେଣୁ ଭାରତରେ ସେଭଳି ପରିସ୍ଥିତି ଯେ ନ ଉପୁଜିବ, ସେକଥା କିଏ କହିବ ।

Get real time updates directly on you device, subscribe now.