fbpx
BJD SKY
BJD SKY

IPLରେ ପ୍ରଥମ ରିଟାୟର୍ଡ ଆଉଟ: ଏମିତି ପ୍ରତିକ୍ରୟା ରଖିଲେ ପୂର୍ବତନ ଖେଳାଳି

BJD

ନୂଆଦିଲ୍ଳୀ: ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଆଇପିଏଲ ୨୦୨୨ର ୨୦ତମ ମୁକାବିଲାରେ ଏକ ଅଜବ ଘଟଣା ଘଟିଥିଲା । ବ୍ୟାଟିଂ କରୁଥିବା ଅଶ୍ୱିନ ହଠାତ ଫିଲ୍ଡ ଛାଡି ଚାଲିଯାଇଥିଲେ । ଏହି ସମୟରେ ଅମ୍ପାୟର ତାଙ୍କୁ ଅଟକାଇବାକୁ ପ୍ରସାୟ କରିଥିଲେ, କିନ୍ତୁ ଅଶ୍ୱିନ ନ ଅଟକି ସିଧା ଡଗ ଆଉଟରେ ବସିଥିଲେ। ଅଶ୍ୱିନ ନିଜ ଟିମର ହିତ ପାଇଁ ନିଜକୁ ରିଟାୟର୍ଡ ଆଉଟ ଘୋଷଣା କରିଥିଲେ । ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ହୋଇଥିଲା କି କୌଣସି ଖେଳାଳି ନିଜକୁ ରିଟାୟର୍ଡ ହର୍ଟ ଘୋଷଣା କରିଥିଲେ । ଦଳର ରନ ଗତି ବଢାଇବା ପାଇଁ ଅଶ୍ୱିନ ଏଭଳି ନିଷ୍ପତ୍ତି ନେଇଥିଲେ । ରିଟାୟର୍ଡ ହର୍ଟ ହେବା ବେଳକୁ ଅଶ୍ୱିନ ୨୩ ବଲରୁ ୨୮ ରନ୍ କରିଥିଲେ । ହେଲେ ଅଶ୍ୱିନ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ପାରୁନଥିଲେ । ତାଙ୍କ ସ୍ଥାନରେ ରିୟାନ ପରାଗ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ। ଅଶ୍ୱିନ ଆଇପିଏଲ ଇତିହାସରେ ରିଟାୟର୍ଡ ଆଉଟ ହେବାରେ ପ୍ରଥମ ଏବଂ ଟି-୨୦ ଇତିହାସରେ ଚତୁର୍ଥ ଖେଳାଳି ହୋଇଛନ୍ତି। ଅଶ୍ୱିନଙ୍କ ଏହି ନିଷ୍ପତ୍ତିକୁ ଚାରିଆଡୁ ପ୍ରଶଂସା କରାଯାଉଛି।

ଅଶ୍ୱିନଙ୍କ ଏମିତି ପଦକ୍ଷେପକୁ ଅନେକ ପୁରୁଣା ଖେଳାଳି ମଧ୍ୟ ସମର୍ଥନ କରିଛନ୍ତି । ଆଧୁନିକ ଯୁଗର କ୍ରିକେଟରେ ସବୁ ଖେଳାଳିଙ୍କୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି କିଛି ଖେଳାଳି କହିଛନ୍ତି । ଅନ୍ୟପକ୍ଷରେ ଅଶ୍ୱିନ ରିଟାୟର୍ଡ ଆଉଟ ହେବା ନେଇ ସେ ଜାଣିନଥିବା ପ୍ରକାଶ କରିଛନ୍ତି ସିମରନ୍ ହିଟମେୟର । ଏହା ସମ୍ପୂର୍ଣ୍ଣ ଭାବରେ ମ୍ୟାନେଜମେଣ୍ଟ ନିଷ୍ପତ୍ତି ଥିଲା ବୋଲି କହିଥିଲେ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ।

ଅଶ୍ୱିନୀ ରିଟାୟର୍ଡ ଆଉଟ ହେବା ଟି-୨୦ରେ ଯୋଜନାର ଗୁରୁତ୍ୱ ସମ୍ପର୍କରେ ବର୍ଣ୍ଣନା କରୁଛି ବୋଲି ଲେଖିଛନ୍ତି ଇଆନ ବିଶପ । ଏକ ବିଂଶ ଶତାବ୍ଦିରେ କ୍ରିକେଟକୁ ଦେଖିବାର ନଜର ବଦଳେଇବାକୁ ପଡିବ ବୋଲି କହିଛନ୍ତି ବିଶପ୍ । ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ ପଠାନ ଲେଖିଛନ୍ତି ରିଟାୟର୍ଡ ଆଉଟ ଆଇପିଏଲରେ ଇତିହାସ । ଅଶ୍ୱିନଙ୍କ ଛଡା ଆଉ କିଏ ଏମିତି କରିପାରିବ । ପ୍ରଥମ ଥର ପାଇଁ ଏହାକୁ ଆଇପିଏଲରେ ଦେଖିବାକୁ ମିଳିଲା ମାତ୍ର ଏହା ଆବଶ୍ୟକ ଥିଲା ବୋଲି ଲେଖିଛନ୍ତି ଲିସା ସ୍ଥାଲେକର । ମୁଁ ଏହାକୁ ବେଶ ପସନ୍ଦ କଲି ବୋଲି ଲେଖିଛନ୍ତି ମାଇକେଲ୍ ଭନ୍ ।

Get real time updates directly on you device, subscribe now.