fbpx

ଧରାପଡ଼ିଲା ଚୀନର ଷଡ଼ଯନ୍ତ୍ର: ୫ ବର୍ଷ ପୂର୍ବରୁ ହୋଇଥିଲା କରୋନା ଯୋଜନା

ନୂଆଦିଲ୍ଲୀ, ୯ା୫: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିବା ପାଇଁ ଚୀନ୍ ପାଞ୍ଚ ବର୍ଷ ପୂର୍ବରୁ ବ୍ୟୁହ ରଚନା କରିଥିଲା । ୨୦୧୫ରେ ଚୀନର ସାମରିକ ବିଜ୍ଞାନୀମାନେ ଏକ କୃତିମ ଭୂତାଣୁକୁ ଅସ୍ତ୍ରଭାବେ ବ୍ୟବହାର କରିବାକୁ ଯୋଜନା କରିଥିଲେ । କେତେକ ଗୋପନୀୟ ସାମରିକ ନଥିପତ୍ରରୁ ଏହା ସ୍ପଷ୍ଟ ହୋଇଛି । ଏହି ନଥିପତ୍ରର ଆଦାନା ପ୍ରଦାନ ଜନସ୍ୱାସ୍ଥ୍ୟ ବିଜ୍ଞାନୀ ଓ ସାମରିକ ବିଜ୍ଞାନୀଙ୍କ ମଧ୍ୟରେ ହୋଇଥିଲା । ଏହାର ଆଲୋଚନା ସଂପର୍କିତ ନଥିପତ୍ର ଆମେରିକା ହାତରେ ପଡ଼ିଛି । ଯୁଦ୍ଧରେ ଭୂତାଣୁକୁ ଅସ୍ତ୍ର ଭାବେ ବ୍ୟବହାର କରାଯିବ । ତୃତୀୟ ବିଶ୍ୱଯୁଦ୍ଧ ଜୈବିକ ଅସ୍ତ୍ରରେ ଲଢ଼ାଯିବ ବୋଲି ନଥିପତ୍ରରେ ଉଲ୍ଲେଖ ରହିଛି । ଭୂତାଣୁ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବ । ଏହାର ସୁଯୋଗ ନେଇ ଚୀନ ବିଶ୍ୱରେ ନିଜର କୂଟନୈତିକ ଓ ସାମରିକ ଶକ୍ତି ବିସ୍ତାର କରି ଚାଲିବ । ବର୍ତ୍ତମାନର କରୋନା ପରିସ୍ଥିତି ଏହି ତଥ୍ୟକୁ ପ୍ରମାଣିତ କରୁଛି ।

Get real time updates directly on you device, subscribe now.