fbpx

ଚୀନ ସେନା ମୋ ହାତ-ଗୋଡ଼ ବାନ୍ଧି ବିଦ୍ୟୁତ୍ ଝଟକା ଦେଇଥିଲେ: ଅରୁଣାଞ୍ଚଳର ଅପହୃତା ଯୁବକ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ୧୭ ବର୍ଷିୟ ଯୁବକ ମିରାମ ତାରନ୍ ଚୀନ ସୀମା ନିକଟରୁ ନିଖୋଜ ହୋଇଯାଇଥିଲେ । ନିକଟରେ ସେ ଗଣମାଧ୍ୟମକୁ ଚୀନ ସେନା ମାନେ ତାଙ୍କ ସହିତ କଣ କରିଛନ୍ତି ସେ ସମ୍ପର୍କରେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଚୀନର ସେନା ତାଙ୍କ ହାତ ଗୋଡ଼ ବାନ୍ଧି ବିଜୁଳି ଝଟକା ଦେଇଥିଲେ ଓ ମାରପିଟ୍ ମଧ୍ୟ କରିଥିବା ସେ ଖୁଲାସା କରିଛନ୍ତି । ଏହାପରେ ସେମାନେ ଜାନୁଆରୀ ୨୭ ତାରିଖ ଦିନ ଅର୍ଥାତ୍ ନିଖୋଜ ହେବାର ୯ ଦିନ ପରେ ତାଙ୍କୁ ମୁକ୍ତ କରିଥିଲେ ।

ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ ମିରାମ ତାରନ୍ କହିଛନ୍ତି ଯେ, “ସେମାନେ ମୋ ହାତକୁ ବାନ୍ଧି ଏକ ଜଙ୍ଗଲ ମଝିକୁ ନେଇଯାଇଥିଲେ । ପ୍ରଥମ ଦିନ ସେମାନେ ମୋ ସହିତ ଅତ୍ୟାଚାର କରିଥିଲେ ଓ ବିଜୁଳି ଝଟକା ଦେଇଥିଲେ । କିନ୍ତୁ ଦ୍ୱିତୀୟ ଦିନ କିଛି ବି କରି ନଥିଲେ” । ସୂଚନା ଯେ, ଜାନୁଆରୀ ୧୮ ତାରିଖରେ ଭାରତ-ଚୀନ ସୀମାରୁ ସେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଚୀନର ସେନା ନେଇଯାଇଥିବା ଜଣାପଡ଼ିଥିଲା । ଏହାର ୯ ଦିନ ପରେ ମିରାନ୍ ଙ୍କୁ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା । ଗାଁ ଲୋକମାନେ ମିରାନ୍ ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

ମିରାମ କହିଛନ୍ତି ଯେ, “ସେ ନିଜ ସାଙ୍ଗ ମାନଙ୍କ ସହିତ ଶିକାର କରିବା ସମୟରେ ଚୀନର ଯବାନ ମାନେ ମୋତେ ଧରିନେଇଥିଲେ । ପ୍ରଥମେ ମୁଁ ଜାଣିପାରିଲି ନାହିଁ ଯେ, ସେମାନେ ଚୀନର ଯବାନ ଥିଲେ ନା ଭାରତୀୟ । ପ୍ରଥମେ ତ ମୋତେ ଧରି ନେଇ ବାନ୍ଧି ଦେଇଥିଲେ ତାପରେ ହ୍ୟାଣ୍ଡକପ୍ ପକାଇ, ମୋ ମୁଣ୍ଡକୁ କପଡ଼ାରେ ଘୋଡାଇଦେଇଥିଲେ । ଏହାପରେ ମୋତେ ଚାଇନିଜ୍ ମାନଙ୍କ କ୍ୟାମ୍ପକୁ ନେଇଗଲେ” । ମିରାମ ଆଗକୁ କହିଛନ୍ତି ଯେ, ଚୀନର ଯବାନ ମାନେ ତାଙ୍କ ସହିତ ମାରପିଟ୍ କରିଥିଲେ । କିନ୍ତୁ ଖାଦ୍ୟ ଓ ପାଣି ଦେଉଥିଲେ ।

 

Get real time updates directly on you device, subscribe now.