fbpx

ତାଇଓ୍ଵାନର ଡଙ୍ଗାକୁ ନିଜ ଜଳସୀମାରେ ଜବତ କଲା ଚୀନ୍

Advertisement

ନୂଆଦିଲ୍ଲୀ: ତାଇଓ୍ଵାନର ଏକ ଡଙ୍ଗାକୁ ଚୀନ୍ ନିଜ ଜଳସୀମାରୁ ଜବତ କରିଛି। ତାଇଓ୍ଵାନର ଜଳସୀମାରେ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ଚୀନ୍ ମଙ୍ଗଳବାର ରାତିରେ ଏକ ଡଙ୍ଗାକୁ ଜବତ କରିଛି । ଡଙ୍ଗାରେ ୫ ଜଣ କ୍ରୁ ମେମ୍ବର ମଧ୍ୟ ଥିଲେ । ଏହି ଡଙ୍ଗା ଏବଂ ଏଥିରେ ବସିଥିବା ଲୋକଙ୍କୁ ମୁକ୍ତ କରିବାକୁ ଚୀନ୍ କୁ କହିଛି ତାଇଓ୍ଵାନ । ଡଙ୍ଗାରେ ୨ ଜଣ ତାଇଓ୍ଵାନ ଓ ୩ ଜଣ ଇଣ୍ଡୋନେସିଆ ନାଗରିକ ଥିଲେ ।

ଦକ୍ଷିଣ-ପୂର୍ବ ବନ୍ଦର ୱେଇଟୋରେ ଡଙ୍ଗାଟି ଧରାପଡ଼ିଥିଲା । ତାଇଓ୍ଵାନର ଅଧିକାରୀମାନେ ଗଣମାଧ୍ୟମକୁ ନିଶ୍ଚିତ କରିଛନ୍ତି ଯେ ଡଙ୍ଗାଟି ଏହାର ଉପକୂଳଠାରୁ ପାଖାପାଖି ୫ କିଲୋମିଟର ଦୂରରେ ଚୀନ୍ ଜଳସୀମା ମଧ୍ୟରେ ଜବତ କରାଯାଇଛି । ମେ’ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଲଗାଇଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ମାଛ ଧରୁଥିଲେ ।

ଚୀନ୍ ତଟରକ୍ଷୀ ବାହିନୀର ମୁଖପାତ୍ର ଲିୟୁ ଡେଜୁନ୍ କହିଛନ୍ତି, ମାଛ ଧରିବା ନିଷିଦ୍ଧ ଅଞ୍ଚଳରେ ମାଛ ଧରିବା ଡଙ୍ଗା ନିୟମ ଉଲ୍ଲଂଘନ କରିବା ସହ ବେଆଇନ ଭାବେ ପ୍ରବେଶ କରିଛି । ଧରାପଡ଼ିଥିବା ଡଙ୍ଗାର ମାଲିକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ସେତେବେଳେ ସମୁଦ୍ରରେ ୪୦ରୁ ୫୦ଟି ମାଛଧରା ଡଙ୍ଗା ଥିଲା । ସେମାନେ କାହିଁକି ମୋ ଡଙ୍ଗାକୁ ଟାର୍ଗେଟ କଲେ ମୁଁ ଜାଣେ ନାହିଁ । ଏହା ପୂର୍ବରୁ କେବେ ହୋଇନଥିଲା । ଯଦି ତୁମେ ଅତି ନିକଟତର ହୁଅ, ସେମାନେ ତୁମକୁ ପିଛା କରି ଚାଲିଯିବେ ।

Get real time updates directly on you device, subscribe now.