ଭଉଣୀରୁ ଜୀବନସାଥୀ! ପୁଅ ପାଇଁ ଠିକ୍ ହୋଇଥିଲା କନିଆଁ, ହେଲେ ଜଣାପଡ଼ିଲା ସେ ନିଜ ମା’ ପେଟର ଭଉଣୀ
ମା’ ପେଟର ଭଉଣୀକୁ ବାହାହେଲା ଭାଇ । ବାହାଘରରେ ଜରାପଡ଼ିଲା ବଡ଼ ସତ ।
ସାଂଘାଇ: ଚୀନର ସୁଝୋଉରେ ଘଟିଯାଇଛି ଏକ ବିଚିତ୍ର ଘଟଣା । ବିବାହ ଉତ୍ସବ ପାରିବାରିକ ପୁନର୍ମିଳନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ବରର ମା’ ଜଣକ ଦୀର୍ଘଦିନ ଧରି ହଜିଯାଇଥିବା ଝିଅକୁ ବିବାହ ଉତ୍ସବରେ ଖୋଜି ପାଇଛନ୍ତି ।
ମାର୍ଚ୍ଚ 21 ରେ ବର ବାହାଘର ଦିନ ଏକ ବଡ଼ ଖବର ଜାଣିବାକୁ ପାଇଛି । ଉତ୍ସବ ମଧ୍ୟରେ, ବରର ମା କନ୍ୟାର ହାତରେ ଏକ ଚିହ୍ନ ଦେଖି ଅବାକ ହୋଇଯାଇଥିଲେ, ସେ ଚିହ୍ନ ଥିଲା ତାଙ୍କ ହଜିଯାଇଥିବା ଝିଅର ହାତରେ। ଏକାଧିକ ବର୍ଷ ଧରି ହଜିଯାଇଥିବା ଝିଅ କଥା ବୋହୁ ହାତ ଚିହ୍ନ ଦେଖି ମା’ର ମନେପଡିଯାଇଛି ।
ବୋହୁ ହାତ ଚିହ୍ନ ଦେଖି ବାରର ମା’ କନ୍ୟାର ପିତାମାତାଙ୍କ ପାଖକୁ ଗଲେ। ସେମାନଙ୍କୁ ପଚାରିଲେ ଯେ ସେମାନଙ୍କ ଝିଅ ନିଜ ଜନ୍ମ କଲା ନ ପୋଷ୍ୟ ସନ୍ତାନ । ସେମାନେ ସବୁ ସତ ମାନିଯାଇ, ଝିଅଟିକୁ ରାସ୍ତା କଡ଼ରୁ ପାଇଥିଲେ ବୋଲି ମାନିଯାଇଥିଲେ ।
ସତ ଶୁଣିବା ପରେ ବରର ମା ନିଶ୍ଚିତ ହୋଇଗଲେ ଜେ ସେ ତାଙ୍କ ହଜିଥିବା ଝିଅ। ଏ ଘଟଣାକୁ ନେଇ ଚାରିଆଡେ ଚର୍ଚା ଜୋର ଧରିଥିବାବେଳେ ବାହାଘରର ଫଟୋ ଏବଂ ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ନେଟିଜେନମାନଙ୍କୁ ପ୍ରଭାବିତ, ସ୍ତବ୍ଧ କରିଛି।